ହୀରାକୁଦକୁ ମାଡି ଆସୁଛି ପାଣି, ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

ଶବ୍ଦ ଓଡିଶା ବ୍ୟୁରୋ: ହୀରାକୁଦ ଉପର ମୁଣ୍ଡରେ ଅଧିକ ବର୍ଷା ଯୋଗୁ ବଢୁଛି ଜଳସ୍ତର । ଜଳଭଣ୍ଡାରରେ ଜଳସ୍ତର ୬୧୪ ଦଶମିକ ୦୬ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ପ୍ରାୟ ୪ ଲକ୍ଷ ୩୨ ହଜାର ୮୦୮ କ୍ୟୁସେକ ଜଳ ପ୍ରବେଶ କରୁଛି । ନିଷ୍କାସିତ ୬୭ ହଜାର ୬୯୦ କ୍ୟୁସେକ୍ ଜଳ । ୨ ଗେଟ ଜଳ ନିଷ୍କାସିତ ହେଉଛି ।
ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା । ଫଳରେ ତଳିଆ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି ହୋଇଛି । ଏଥିପାଇଁ ୬ଟି ଜିଲ୍ଲାକୁ ସତର୍କ କରାଯାଇଛି । ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ତଳିଆ ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ବନ୍ୟା ପାଇଁ ଲୋକେ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ପ୍ରଶାସନ ବି ସଜାଗ ରହଛି ।

You May Also Like

More From Author

+ There are no comments

Add yours