ଜ୍ଞାନବାପୀ ପରିସରରେ ଏଏସଆଇ ସର୍ଭେ ଆରମ୍ଭ 

ଶବ୍ଦ ଓଡିଶା ବ୍ୟୁରୋ: ଆହ୍ଲାବାଦ ହାଇକୋର୍ଟରୁ ଅନୁମତି ମିଳିବା ପରେ ବାରାଣସୀ ସ୍ଥିତ ଜ୍ଞାନବାପୀ ମସଜିଦରେ ସକାଳ ୭ଟାରୁ ଆରମ୍ଭ ହୋଇଛି ସର୍ଭେ । ୪୧ ସଦସ୍ୟ ଥିବା ଏଏସଆଇ ଟିମ୍ ଦ୍ୱାରା ସର୍ଭେ କରାଯାଉଛି । ଅନ୍ୟପଟେ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ମୁସଲିମ୍ ପକ୍ଷଙ୍କ ପିଟିସନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ ।

ଜ୍ଞାନବାପୀ ମସଜିଦ ପରିସରରେ ସର୍ବେକ୍ଷଣ କରିବାକୁ ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ)ର୩୦ ଜଣ ସଦସ୍ୟଙ୍କର ଟିମ୍ ମସଜିଦ ଭିତରକୁ ପ୍ରବେଶ କରିଛନ୍ତି । ଏମାନଙ୍କୁ ୪ଟି ଟିମରେ ବିଭକ୍ତ କରାଯାଇଛି । ଟିମ୍ ଗୁଡିକ ପ୍ରଥମେ ଡଷ୍ଟିଙ୍ଗ କରିବ, ଏହାପରେ ଫଟୋ ଡକ୍ୟୁମେଣ୍ଟେସନ୍ ଓ ଜିପିଆର ସାହାଯ୍ୟରେ ସର୍ଭେ କରିବ ।

You May Also Like

More From Author

+ There are no comments

Add yours