ଅତିରିକ୍ତ ଜିଲ୍ଲାପାଳ ଦ୍ୱୟଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ


ରାୟଗଡ:-ତା.2/08 – ରାୟଗଡ ଜିଲ୍ଲାର ଦୁଇଜଣ ଅତିରିକ୍ତ ଜିଲ୍ଲାପାଳଙ୍କ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଜିଲ୍ଲାପାଳ ଶ୍ରୀମତି ସ୍ଵଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିନ୍ତନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ କାର୍ଯ୍ୟଳୟ କର୍ମଚାରୀଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ, ରାୟଗଡ ଭୀମସେନ ଶବର, ପ୍ରକଳ୍ପ ପ୍ରଶାସକ, ଆଇଟି ଡିଏ ପ୍ରମୁଖ ଯୋଗଦାନ କରିଥିଲେ l ବିଦlୟୀ ଅତିରିକ୍ତ ଜିଲ୍ଲାପାଳଙ୍କ ପଦୋନ୍ନତି ପାଇଛନ୍ତି l ସେମାନଙ୍କ ମଧ୍ୟରୁ ସୋମନାଥ ପ୍ରଧାନଙ୍କ କୋରପୁଟ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଥିବାବେଳେ ଧର୍ମାନନ୍ଦ ବେହେରାଙ୍କ ନବରଙ୍ଗପୁର ଜିଲ୍ଲାକୁ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଯାଇଛି l ଦୁଇଜଣ ପାଖାପାଖି ଦୀର୍ଘ ଦୁଇବର୍ଷ କାର୍ଯ୍ୟ କାଳରେ ସେମାନଙ୍କ କାର୍ଯ୍ୟ ଶୈଳୀ, କାର୍ଯ୍ୟ ପରିଚାଳନା ଓ ଦିଗଦର୍ଶନ ଉପରେ ସମସ୍ତ କର୍ମଚାରୀ ଆଲୋକପlତ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଓ ଶ୍ରୀ ବେହେରା ସେମାନଙ୍କ କାର୍ଯ୍ୟ ଦକ୍ଷତା ଓ କାର୍ଯ୍ୟ ଶୈଳୀ ପାଇଁ ରାୟଗଡରେ ଜନ ଆଦୃତ ଲାଭ କରିପାରଥିଲେ ଓ ସବୁଦିନ ପାଇଁ ମନେ ରହିବେ ବୋଲି ଅଧିକାଂଶ ବକ୍ତା ମତାବ୍ୟକ୍ତ କରିଥିଲେ l

You May Also Like

More From Author

+ There are no comments

Add yours