ବରିଷ୍ଠ ସାମ୍ବାଦିକ,ସାହିତ୍ୟିକ ତଥା ନାଟ୍ୟାକାର ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ, ସାହିତ୍ୟିକ ତଥା ଓଡିଶାର ବିଶିଷ୍ଟ ନାଟ୍ୟକାର ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକଙ୍କର ଏକଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପଟିଆ ସ୍ଥିତ ଆଙ୍ଗନ କନ୍‌ଭେନ୍‌ସନ୍ ପରି ସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଵର୍ଗତଃ ପଟ୍ଟନାୟକଙ୍କର ଶୁଭେଚ୍ଛୁ, ବନ୍ଧୁ ଓ ପ୍ରଶଂସକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ତାଙ୍କର ସ୍ମତିଚାରଣ କରିଥିଲେ । ସ୍ଵର୍ଗତଃ ପଟ୍ଟନାୟକ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ ଓ ନାଟ୍ୟକାର ଭାବରେ ଓଡ଼ିଶାର ସାମ୍ବାଦିକତା, ସାହିତ୍ୟ ଓ କଳା ସଂସ୍କୃତିକୁ କ୍ଷେତ୍ରକୁ ବୁଦ୍ଧିମନ୍ତ କରିଛନ୍ତି । ତାଙ୍କର ବିୟୋଗ ଏ କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କଲା ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଥିଲେ । ସ୍ଵର୍ଗତଃ ପଟ୍ଟନାୟକଙ୍କ ଦ୍ଵାରା ପ୍ରକାଶିତ ୨୦୧ ପୁସ୍ତକ, ଅନେକ କଳ୍ପ, ମଟକ, ପ୍ରବନ୍ଧ ଓ କବିତା ଏବେବି ସାହିତ୍ୟ ପ୍ରେମୀଙ୍କୁ ପ୍ରେରଣା ଯୋଗାଇଛି ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା । ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । କାର୍ଯ୍ୟକ୍ରମରେ ସ୍ୱର୍ଗତଃ ପଟ୍ଟନାୟକଙ୍କ ସୁପୁତ୍ର ସୌମିତ୍ର ପଟ୍ଟନାୟକ, ପୁତ୍ରବଧୁ ରୁତା ଦାସ ପଟ୍ଟନାୟକ, ଜାମାତା ସୂତି ରଞ୍ଜନ ମହାନ୍ତି ଓ କନ୍ୟା ସସ୍ମିତା ପଟ୍ଟନାୟକଙ୍କ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ଵରରୁ ଅଜିତେଶ ପଟ୍ଟନାୟକଙ୍କ ରିପୋର୍ଟ, ଶବ୍ଦ ମିଡିଆ

You May Also Like

More From Author

+ There are no comments

Add yours