କେନ୍ଦୁଝର ଜୁଡ଼ିଆ ଘାଟିରେ ଭୂସ୍ଖଳନ

ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଜୁଡ଼ିଆ ଘାଟିରେ ଭୂସ୍ଖଳନ । ସକାଳେ ପାହାଡ଼ ଧସି ବଡ଼ ପଥର ଖଣ୍ଡ ରାସ୍ତା ଉପରେ ପଡ଼ିବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ତେବେ ଏଥରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।

ଘାଟିରେ ଗୋଟିଏ ମିନି ଟ୍ରକ୍ ଯାଉଥିବା ବେଳେ ତାହା ଉପରେ ପଥର ଖଣ୍ଡ ଧସିଯାଇଛି । ଫଳରେ ଗାଡ଼ିଟି ଅଟକି ରହିଥିବା ବେଳେ ଏହାର ଡ୍ରାଇଭର, ହେଲପରଙ୍କ ପତ୍ତା ମିଳିନି। ତେବେ ସେମାନେ ଘଟଣାସ୍ଥଳରେ ଉପସ୍ଥିତ ନ ଥିବାରୁ ହୁଏତ ଆହତ ହୋଇ ମେଡିକାଲ ପଳାଇଥିବା ଅନୁମାନ କରାଯାଉଛି।

You May Also Like

More From Author

+ There are no comments

Add yours