ଭଟ୍ଟାରିକା ମନ୍ଦିରରେ ବନ୍ୟାଜଳ; ୧୪୪ ଧାରା ଜାରି

ଶବ୍ଦ ଓଡିଶା ବ୍ୟୁରୋ: ମହାନଦୀର ଉପର ମୁଣ୍ଡରେ ବର୍ଷା ହେଉଥିବାରୁ କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି । ମନ୍ଦିର ବେଢ଼ା ଓ ଗର୍ଭଗୃହରେ ମହାନଦୀର ବନ୍ୟାଜଳ ପ୍ରବେଶ କରିଛି । ଏଥିପାଇଁ ମା’ଙ୍କ ବିଗ୍ରହକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

ରତ୍ନଗିରି ପାହାଡ଼ରେ ଥିବା ବନ୍ୟା ଆଶ୍ରୟସ୍ଥଳକୁ ମା’ଙ୍କ ବିଗ୍ରହ ସ୍ଥାନାନ୍ତରିତ କରାଯାଇଛି । ଆଜି ମା’ଙ୍କୁ ବନ୍ୟା ଆଶ୍ରୟ ସ୍ଥଳୀରେ ପୂଜାର୍ଚ୍ଚନା କରାଯିବ । ମନ୍ଦିରକୁ ସାଧାରଣ ଭକ୍ତଙ୍କୁ ବାରଣ କରାଯାଇଛି । ମନ୍ଦିରରେ ମା’ଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତେବେ ଭଟ୍ଟାରିକା ପୀଠରେ ୧୪୪ ଧାରା ଜାରି କରାଯାଇଛି ।

You May Also Like

More From Author

+ There are no comments

Add yours