ଓଡିଆ ଫଳକ ଓପାଡିଦେଲେ ଆନ୍ଧ୍ର ବିଡିଓ

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶା-ଆନ୍ଧ୍ର ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏବେ ଆଉ ଏକ ନୂଆ ବିବାଦ ସାମ୍ନାକୁ ଆସିଛି । ଓଡ଼ିଆ ଫଳକ ଓପାଡିଦେଲେ ଆନ୍ଧ୍ର ବିଡ଼ିଓ । କୋରାପୁଟ ଲମତାପୁଟ ବ୍ଲକ ଜଲାପୁଟ ଜଳଭଣ୍ଡାର ନିକଟ ଅଲବା ଗାଁରେ ଲାଗିଥିବା ଫଳକକୁ ନେଇ ବିବାଦ ଆରମ୍ଭ ହୋଇଛି।

ବହୁ ବର୍ଷ ତଳେ ଜଳଭଣ୍ଡାର ଉପରେ କୌଣସି ଭାରିଯାନ ଚଳାଚଳ କରିବ ନାହିଁ ବୋଲି ଦୁଇଟି ଫଳକ ଲଗାଇଯାଥିଲା । ଗୋଟିଏ ଫଳକକୁ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ପକ୍ଷରୁ ଲଗାଯାଇଥିଲା । ଆଉ ଏକ ଫଳକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପ୍ରଶାସନ ପକ୍ଷରୁ ଲଗାଯାଇଥିଲା । ସେତେବେଳେ ଆନ୍ଧ୍ର ପକ୍ଷରୁ କୌଣସି ବିରୋଧ ହୋଇନଥିଲା ।

You May Also Like

More From Author

+ There are no comments

Add yours