ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଗୋହିରା ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ଏକ ଭ୍ୟାନ୍ ଓଲଟି ପଡ଼ିବାରୁ ୧୨ ଜଣ କାଉଡ଼ିଆ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି।
ଗୋହିରା ନିକଟରେ ଗୋଟିଏ ଗାଡ଼ି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ସେଥିରେ ୧୨ ଜଣ ବସିଥିଲେ। ସମସ୍ତେ ଆହତ ହୋଇଛନ୍ତି ଓ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
