ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ମରଣ ମୁହଁରୁ ବର୍ତିଗଲେ ମହିଳା ଯାତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ଆକସ୍ମିକ ଅଘଟଣରୁ ବର୍ତିଗଲେ ମହିଳା ଯାତ୍ରୀ । ଚଳନ୍ତା ଟ୍ରେନ୍ ତଳକୁ ଖସିବାକୁ ଯାଉଥିବା ଦୁଇ ଜଣ ଆରପିଏଫ୍ କର୍ମଚାରୀ ତାଙ୍କୁ ଟାଣି ଆଣିଥିଲେ । ଫଳରେ ଯାତ୍ରୀ ଜଣଙ୍କ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତିଯାଇଥିଲେ । ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନରେ ଏପରି ଘଟଣା ଘଟିଛି ।

ଷ୍ଟେସନରେ ୪ ନମ୍ବର ପ୍ଲାଟଫର୍ମରେ ଦୁର୍ଗ-ପୁରୀ ଏକ୍ସପ୍ରେସ୍ ଅଟକି ରହିଥିଲା । ଟ୍ରେନ୍ ଛାଡିବା ପୂର୍ବରୁ ମହିଳା ଯାତ୍ରୀଙ୍କ ପରିବାରର ସଦସ୍ୟମାନେ ସେମାନଙ୍କ ପାଇଁ ଥିବା ବଗିରେ ଚଢିଥିଲେ । କିନ୍ତୁ ମହିଳା ଜଣଙ୍କ ଚଢିବା ପୂର୍ବରୁ ଟ୍ରେନ୍ ଛାଡି ଦେଇଥିଲା । ସେ ଟ୍ରେନରେ ଚଢିବା ପାଇଁ ଉଦ୍ୟମ କରୁଥିବା ବେଳେ ତାଙ୍କ ଗୋଡ ଖସିଯାଇଥିଲା । ଆରପିଏଫ୍ ଏଏସଆଇ ଜେଜେ ଆଚାର୍ଯ୍ୟ ଓ ଏମ୍ ୱାଇ ରାଓ ଦୌଡିଯାଇ ମହିଳାଙ୍କୁ ଧରିପକାଇ ସହ ଟାଣି ଆଣିଥିଲେ । ଦୁଇ ପୋଲିସ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ମହିଳାଙ୍କ ଜୀବନ ବଂଚିଯାଇଛି ।

You May Also Like

More From Author

+ There are no comments

Add yours