ଯାନ୍ତ୍ରୀକ ତ୍ରୁଟି ପାଇଁ ଅଟକିଲା ଏକ୍ସପ୍ରେସ୍

ଶବ୍ଦ ଓଡିଶା ବ୍ୟୁରୋ: ଯାନ୍ତ୍ରିକ ତ୍ରୁଟିରୁ ଅଟକିଲା ଇସ୍ପାତ ଏକ୍ସପ୍ରେସ । ବଲାଙ୍ଗୀର ସଇଁତଳାରେ ପାଖାପାଖି ୨ ଘଣ୍ଟା ୯ ମିନିଟ୍ ଟ୍ରେନ୍ ଅଟକିବା ପରେ ଗଡିଲା ଟ୍ରେନ୍ । କଣ୍ଟାବାଞ୍ଜିରୁ ହାୱଡା ଯିବା ବେଳେ ଅଟକିଥିଲା ଏହି ଏକ୍ସପ୍ରେସ । ଯାନ୍ତ୍ରିକ ତ୍ରୁଟି ନେଇ ଜଣାପଡିବା ପରେ ରେଳ ବିଭାଗ ଦ୍ୱାରା ମରାମତି ହୋଇଥିଲା । ଟ୍ରେନ ବିଳମ୍ବରେ ଚାଲିଥିବାରୁ ଯାତ୍ରୀ ହନ୍ତସନ୍ତ ।

ରେଳବାଇ ପକ୍ଷରୁ ତୁରନ୍ତ ମରାମତି ପାଇଁ ପଦକ୍ଷେପ ନିଆନଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଯାତ୍ରୀ । ତେବେ ପ୍ରତିଦିନ ସକାଳ ୫ଟାରୁ କଣ୍ଟାବାଞ୍ଝିରୁ ବାହାରିଥାଏ ଟ୍ରେନ୍ । ରାତି ପ୍ରାୟ ୮ଟାରେ ହାୱଡାରେ ପହଞ୍ଚିଥାଏ ଟ୍ରେନ୍ ।

You May Also Like

More From Author

+ There are no comments

Add yours