ଶବ୍ଦ ଓଡିଶା ବ୍ୟୁରୋ: ସ୍ୱାମୀକୁ ହତ୍ୟା କରି କେନାଲରେ ଭସାଇଲା ସ୍ତ୍ରୀ । ଉତ୍ତରପ୍ରଦେଶରେ ଜଣେ ମହିଳା କୁରାଢିରେ ସ୍ୱାମୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଖାଲି ସେତିକି ନୁହେଁ ହତ୍ୟା କରିବା ପରେ ଶରୀରକୁ ୫ ଖଣ୍ଡ କରି କାଟି କେନାଲରେ ଭସାଇ ଦେଇଛନ୍ତି । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ରାମ ପାଲ୍। ସେ ଗଜରୌଲା ଅଞ୍ଚଳ ଶିବନଗର ବାସିନ୍ଦା । ତାଙ୍କ ବୟସ ୫୫ । ପତ୍ନୀ ଦୁଲାରୋ ଦେବୀ ସ୍ବାମୀକୁ ହତ୍ୟା କରି କେନାଲରେ ଫୋପାଡ଼ିବା ପରେ କିଛିଦିନ ପାଇଁ ଅନ୍ୟ ଏକ ଗ୍ରାମରେ ଜଣେ ସଂପର୍କୀୟଙ୍କ ଘରେ ରହିଥିଲେ ।
