Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଚଳିତ ମାସ ୨୮ରେ ଗୁଣପୁର ବ୍ଳକର କୁକୁରୁଗୁଡା – ଶ୍ରୀରାମ ପୁର – ତଟା ଗୁଡା – ଲୁଗୁଂରୁତାଲ – ଚାଲକମ୍ଭା ଆଜିଗଂତାଗଂରେ ସିପିଆଇ (ଏମ୍ଏଲ) ର ପ୍ରତିଷ୍ଠାତା ସମ୍ପାଦକ କମ୍ରେଡ୍ ଚାରୁ ମଜୁମଦାରଙ୍କ ୫୧ ତମ ସହୀଦ ଦିବସରେ ପୁଷ୍ପ ମାଲ୍ୟାର୍ପଣ କରାଯିବା ସହ ପତାକା ଉତ୍ତୋଳନ କରାଯାଇଥିଲା । ୧୯୭୦ ଦଶକର ପ୍ରାରମ୍ଭିକ ବର୍ଷ ଗୁଡ଼ିକରେ ଭୀଷଣ ଦମନ ଓ ଧକ୍କା ଦେଇ ସିପିଆଇ (ଏମଏଲ) ଲିବରେସନ ପୁନଃଗଠନର ଏହା ୪୯ ତମ ବାର୍ଷିକୀ ।

ପାଟନାଠାରେ ୧୧ଶ ସିପିଆଇ (ଏମଏଲ) ଲିବରେସନ ପାର୍ଟି କଂଗ୍ରେସ ଦେଇଥିବା – ‘ଗଣତନ୍ତ୍ର ବଞ୍ଚାଅ-ଦେଶ ବଞ୍ଚାଅ’ – ସ୍ଲୋଗାନ ଏବେ ସଭାର ଦେଶରେ ପ୍ରତିଧ୍ବନିତ ହେଉଛି । ଭାରତର ବିଭିନ୍ନ ଭାଗରେ ଭାରତର ଜ୍ବଳନ୍ତ ପ୍ରସଙ୍ଗ ଗୁଡ଼ିକ ଉପରେ ଜନ ପ୍ରତିରୋଧ ଓ ଜନସଂଘର୍ଷ ବିକଶିତ ହେଉଛି । ଆମ ପାର୍ଟି ପାଟନାରେ ମହାସମ୍ମିଳନୀ ଆରମ୍ଭରେ ବିରୋଧୀଦଳ ଗୁଡ଼ିକ ମଧ୍ୟରେ ବ୍ୟାପକ ଏକତା ପାଇଁ ଉଦ୍ୟମ ଏବେ ଜୋରଧରିଛି ।

ବିଭିନ୍ନ ଦଳ ଗୁଡ଼ିକ ମଧ୍ୟରେ ଦୁଇ ପର୍ଯ୍ୟାୟ ବୈଠକ ଓ ବିଚାର ବିମର୍ଶ ପରେ I.N.D.I.A. ନାମରେ ଏକ ବ୍ୟାପକ ମେଣ୍ଟ ସରକାର ହୋଇଛି । ଅଣ ବିଜେପି ଦଳ ଗୁଡ଼ିକ ମଧ୍ୟରେ କୋଠର ଶୃଙ୍ଖଳାର ଅଙ୍ଗିକାର ସହ ଆମେ ଏହି ମେଣ୍ଟର ଏକ ପ୍ରତିବଦ୍ଧ ଘଟକ । ଏହି ପ୍ରକ୍ରିୟାକୁ ଅଧିକ ଗତିଶୀଳ କରିବା ପାଇଁ ଆମକୁ ଅ।ହୁରି ଅଧିକ ଉଦ୍ୟମ କରିବାକୁ ହେବ ଏବଂ ଆମ ଭୂମିକାକୁ ଆହୁରି ବିସ୍ତାରିତ କରିବାକୁ ହେବ ।

ସାଙ୍ଗଠନିକ ଶକ୍ତିବୃଦ୍ଧି, ଉପୀଡ଼ିତ ଜନଗଣ ଓ ପ୍ରଗତିଶୀଳ ବୁଦ୍ଧିଜୀବୀ ଶ୍ରେଣୀସହ ଏକ ଲଢ଼ୁଆ ରାଜନୈତିକ ଶକ୍ତିଭାବେ ଆମର ପରିଚୟ ସୃଷ୍ଟି କରିବା ଉପରେ ଆମ ରାଜନୈତିକ ଆନ୍ଦୋଳନର ସଫଳ କରିବା ପାଇଁ ଏବଂ ଆଗକୁ ଆସୁଥିବା ନିର୍ଣାୟକ ନିର୍ବାଚନୀ ଲଢ଼େଇରେ ଜନଗଣଙ୍କୁ ସମବେତ କରିବାର ଚାବିକାଠି ଭାବେ ଏହାକୁ ଦେଖାଯିବା ଉଚିତ୍ ।

ଗତ ୯ ବର୍ଷର ମୋଦୀ ଶାସନରେ ଭାରତର ଜନସାଧାରଣ ଅକଥନୀୟ ଉପୀଡ଼ନର ଶିକାର ହୋଇଛନ୍ତି । ସରକାରଙ୍କ ଜନବିରୋଧୀ ନୀତି ଓ ଦମନକାରୀ ପଦକ୍ଷେପ ତଥା ନରହତ୍ୟାକାରୀ ଅନ୍ଧଭକ୍ତ ବାହିନୀ ଦ୍ବାରା ପ୍ରସାରିତ ଘୃଣା, ହିଂସା ଓ ଭୟ ଏବଂ ସଂଘ-ବିଜେପି ପରିଚାଳିତ ଘୃଣା ଅଭିଯାନ ଦ୍ବାରା ସୃଷ୍ଟ ଉନ୍ମାଦୀ ଭିଡ଼ ଦେଶକୁ ଗମ୍ଭୀର ସଂକଟ ଭିତରକୁ ଠେଲି ଦେଇଛି । ଅଗଷ୍ଟ ୨୦୧୯ ଠାରୁ ଜାମ୍ମୁ-କାଶ୍ମୀରରେ ଯାହା ହେଉଛି ଏବଂ ମେ ୨୦୨୩ ଠାରୁ ମଣିପୁରରେ ଯାହା ହେଉଛି, ଏହା କୌଣସି ପ୍ରକାର ଅଲଗା ଅଲଗା ଉଦାହରଣ ନୁହେଁ, ବିଜେପି ଶାସନ ଓ ପ୍ରଭୁତ୍ବ ଜାରି ରହିଲେ ଆଗାମୀ ଦିନରେ ଦେଶର କେଉଁ ଅବସ୍ଥା ହେବ ତା’ର ଏକ ଝଲକ ମାତ୍ର । ଏଥିପାଇଁ ଆମକୁ ଆମର ସଂପୂର୍ଣ ସାମର୍ଥ୍ୟ, ସାହସ, ଶକ୍ତି ଓ ନିଷ୍ଠାକୁ ଏକାଠି ବିଜେପିକୁ ପରାସ୍ତ କରିବା ପାଇଁ ଶପଥ କରାଗଲା।

Leave a Reply

Your email address will not be published. Required fields are marked *