ଶବ୍ଦ ଓଡିଶା ବ୍ୟୁରୋ: ଭାଇକୁ ଶାବଳରେ ପିଟି ଜଣେ ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗୀ ପଞ୍ଚାୟକ ବାସୁଦେବପୁର ଗାଁରେ ଏହି ଘଟଣା ଘଟିଛି । ମୃତ ଯୁବକ ଜଣକ ହେଲେ କଂସ ପ୍ରଧାନଙ୍କ ପୁଅ କୁଲୁ ପ୍ରଧାନ ।
ଗତକାଲି ରାତି ପ୍ରାୟ ୮ଟା ସମୟରେ ଜମିଜମା ବିବାଦକୁ ନେଇ ବଡ଼ ବାପା ପୁଅ ଗୁଡୁ ଓ କୁଲୁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ଉଗ୍ରରୂପ ନେଇଥିଲା। ପରେ ଗୁଡୁ ଘରୁ ଏକ ଶାବଳ ଆଣି କୁଲୁଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଗୁରୁତର ଅବସ୍ଥାରେ କୁଲୁଙ୍କୁ ପରିବାର ଲୋକେ ନିକଟସ୍ଥ ଆଡ଼ପଡା ମେଡିକାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର କୁଲୁଙ୍କୁ ମୃତ ଘୋଷଣା କରିଥିଲେ।
