ଶ୍ରୀଜିଉଙ୍କ ବନକଲାଗି ନୀତିକୁ ନେଇ ବିବାଦ ପ୍ରସଙ୍ଗ: ଆଜି ବସିବ ନୀତି ସବକମିଟି ବୈଠକ

ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀଜିଉଙ୍କ ବନକଲାଗି ପ୍ରସଙ୍ଗରେ ଆଜି ବସୁଛି ନୀତି ସବକମିିିଟି ବୈଠକ । ମହାପ୍ରଭୁଙ୍କ ନୀତି ବାବଦରେ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ବନକଲାଗିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ସେବକଙ୍କ ବିବାଦ ପରେ ଶ୍ରୀମନ୍ଦିରରେ ଏକପ୍ରକାର ଅଚଳାବସ୍ଥା ଦେଖାଦେଇଛି । ନୀଳାଦ୍ରି ବିଜେକୁ ୨୭ ଦିନ ବିତିଯାଇଥିଲେ ବି ମହାପ୍ରଭୁଙ୍କ ବନକଲାଗି ହୋଇପାରିନାହିଁ ।

ଶ୍ରୀମନ୍ଦିର ପ୍ରଶାସନକୁ ହେୟଜ୍ଞାନ କରି ଚାଲିଛନ୍ତି ଦତ୍ତ ମହାପାତ୍ର ସେବକ । ବୁଧବାର କିମ୍ବା ଓ ଗୁରୁବାର ବନକଲାଗି ହୋଇପାରିନାହିଁ । ଆସନ୍ତା ବୁଧବାର ବନକଲାଗି କରିବାକୁ ଦତମହାପାତ୍ର ସେବକ ଲିଖିତ ପ୍ରତିଶ୍ରୁତି ଦେଲେ, ବନକଲାଗି ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ରଞ୍ଜନ କୁମାର ଦାସ ।

You May Also Like

More From Author

+ There are no comments

Add yours