ଆଜିିଠୁ ନକ୍ସଲଙ୍କ ସହିଦ ସପ୍ତାହ ପାଳନ

ଶବ୍ଦ ଓଡିଶା ବ୍ୟୁରୋ: ସିପିଆଇ ନକ୍ସଲଙ୍କ ସହିଦ ସପ୍ତାହ ପାଳନ ଆଜିଠାରୁ ଆରମ୍ଭ ହୋଇଛି । ଏନେଇ ନିୟମଗିରି ଅଞ୍ଚଳରେ ପୋଷ୍ଟର, ବ୍ୟାନର ଲଗାଇବା ସହିତ ପ୍ରେସ ବିଜ୍ଞପ୍ତି ଜାରି କରିଛି ଲାଲବାହିନୀ। ସହିଦ ସପ୍ତାହକୁ ଅଧିକରୁ ଅଧିକ ପାଳନ କରିବାକୁ ନିବେଦନ କରିଛନ୍ତି।

ପ୍ରତି ବର୍ଷ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଏହି ସହିଦ ସପ୍ତାହ ପାଳନ କରିଥାନ୍ତି ନକ୍ସଲ। ନକ୍ସଲ ସଂଗଠନର ପ୍ରତିଷ୍ଠାତା ଚାରୁ ମଜୁମଦାରଙ୍କର କୋଲକତା ପୁଲିସଦ୍ୱାରା ନିର୍ଯାତନରେ ୧୯୭୨ ମସିହା ଜୁଲାଇ ୨୮ ତାରିଖରେ ମୃତ୍ୟୁ ହୋଇଥିଲା। ସେହି ଦିନଠାରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ନକ୍ସଲ ସହିଦ ସପ୍ତାହ ରୂପେ ପାଳନ କରୁଛନ୍ତି।

You May Also Like

More From Author

+ There are no comments

Add yours