ଚାଟୁଆରେ ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ବୈଠକ ବିଫଳ, ଆଲୋଚନାକୁ ଖାଲି ହାତରେ ଆସିଲେ ଆନ୍ଧ୍ର ଅଧିକାରୀ।

ଶବ୍ଦ ଓଡିଶା ବ୍ୟୁରୋ: କୋରାପୁଟ ନନ୍ଦପଡା ବ୍ଲକର ରାଇପାହାଡ ସୀମା ବିବାଦକୁ ନେଇ ଓଡ଼ିଶା- ଆନ୍ଧ୍ରର ଅଧିକାରୀଙ୍କ ମଧ୍ୟରେ ପୁଣି ବସିଥିଲା ବୈଠକ । ସୀମାନ୍ତ ଚାଟୁଆ ଗାଁରେ ଆରମ୍ଭ ହୋଇଥିବା ଦ୍ୱିତୀୟ ବୈଠକରେ ବି ପଛଘୁଂଚା ଦେଲେ ଆନ୍ଧ୍ର ଅଧିକାରୀ । ସୀମାନ୍ତବର୍ତ୍ତୀ ଅଞ୍ଚଳ ବାବଦରେ ଓଡିଶା ଅଧିକାରୀ ପଚାରି ଥିବା ପ୍ରଶ୍ନର ଉତର ଦେଇ ପାରିଲେ ନାହିଁ କି ସୀମା ଚିହ୍ନଟ ସଂପର୍କରେ ପ୍ରମାଣ ଦେଖାଇ ପାରିଲେ ନାହିଁ ଆନ୍ଧ୍ରର ମହିଳା ଅଧିକାରୀ । ତେଣୁ ସୀମା ବିବାଦର ସମାଧାନ ହୋଇପାରିଲା ନାହିଁ । ସମାଧାନର ବାଟ ନବାହାରିବା ଯାଏଁ ବିବାଦୀୟ ସ୍ଥାନରେ ଆନ୍ଧ୍ର ପକ୍ଷରୁ କୌଣସି କାର୍ଯ୍ୟ କରାଯିବ ନାହିଁ, ଯଦି କରାଯାଏ ତେବେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନନ୍ଦପୁର ଏସଡିପିଓ କହିଛନ୍ତି ।

ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିଲା ବୈଠକ । ଆନ୍ଧ୍ର ପକ୍ଷରୁ ମହିଳା ତହସିଲଦାର ଓ ଅନ୍ୟା ଅଧିକାରୀ ସାମିଲ ହୋଇଥିଲେ । ଓଡିଶା ପକ୍ଷରୁ କୋରାପୁଟ ଉପଜିଲ୍ଲାପାଳ, ନନ୍ଦପୁର ବିଡିଓ, ନନ୍ଦପୁର ଏସଡିପିଓ ରାଇପାହାଡ ଓଡିଶାର ବୋଲି ମାଡ୍ରାସ ପ୍ରେସିଡେନସି ମ୍ୟାପ ଆଧାରରେ ଦର୍ଶାଇଥିଲେ । ଏହି ମ୍ୟାପ ଆମ ପାଖରେ ନାହିଁ ବୋଲି କହିଥିଲେ ଆନ୍ଧ୍ର ଡୁମ୍ବୁରିଗୁଡା ତହସିଲଦାର । ତେଣୁ ବୈଠକରେ ସୀମା ବିବାଦର ସମାଧନ ହୋଇନଥିଲା

You May Also Like

More From Author

+ There are no comments

Add yours