Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ସମ୍ବଲପୁରରେ ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ। ନିଖୋଜ ଯୁବକ ହେଲେ ସମୀରଣ ପ୍ରଧାନ। ତାଙ୍କ ଘର ନାକଟିଦେଉଳ ବ୍ଲକ ଅନ୍ତର୍ଗତ ପାଟୁଳିଢିପ ଗାଁରେ ବୋଲି ସୂଚନା ମିଳିଛି। ସମୀରଣ ସମ୍ବଲପୁରରେ ଏକ ଘରୋଇ ଶିଳ୍ପ ସଂସ୍ଥାରେ ଚାକିରି କରୁଥିଲେ।

ଗତକାଲି ବିଳମ୍ବିତ ରାତିରେ ସମୀରଣ ସ୍କୁଟି ନେଇ ଆସି ଚାଉଁରପୁର ପୋଲ ଉପରେ ଗାଡ଼ି ରଖିଥିଲେ। ପରେ ଚପଲ ଓ ମୋବାଇଲ ଫୋନ ରଖି ପୋଲ ଉପରରୁ ତଳକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ। ସକାଳେ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଖୋଜାଖୋଜି କରୁଛନ୍ତି।

Leave a Reply

Your email address will not be published. Required fields are marked *