ନବରଙ୍ଗପୁରରେ ପୋଖରୀରୁ ଉଦ୍ଧାର ହେଲା କୁମ୍ଭୀର

ଶବ୍ଦ ଓଡିଶା ବ୍ୟୁରୋ: ପୋଖରୀରୁ ଉଦ୍ଧାର ହେଲା କୁମ୍ଭୀର। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଶୁକିଗାଁସ୍ଥିତ ଜଣେ ବ୍ୟକ୍ତିଙ୍କ ଫାର୍ମ ହାଉସରେ ଥିବା ଏକ ପୋଖରୀରୁ କୁମ୍ଭୀର ଉଦ୍ଧାର ହୋଇଛି । ଉଦ୍ଧାର ହେବା ପରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର ଏକ ଟିମ୍ କୁକିଗାଁରେ ପହଞ୍ଚି ଗ୍ରାମବାସୀଙ୍କଠାରୁ କୁମ୍ଭୀରକୁ ଉଦ୍ଧାର କରିଥିଲେ ।

କୁମ୍ଭୀରର ଲମ୍ବ ୪ ଫୁଟ ୯ ଇଞ୍ଚ ହୋଇଥିବା ବେଳେ ଓଜନ ପ୍ରାୟ ୧୨ କେଜି ହେବ । ଉଦ୍ଧାର ପରେ କୁମ୍ଭୀରଟିକୁ ଉମରକୋଟ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା । କୁମ୍ଭୀରକୁ କେଉଁ ସ୍ଥାନରେ ଛଡାଯିବ ତାହା ଡିଏଫଓଙ୍କ ନିର୍ଦ୍ଦେଶରେ କରାଯିବ ବୋଲି କହିଛନ୍ତି ଉମରକୋଟ ରେଞ୍ଜର ଅନୁପ ସିଂ ପୁଝାରୀ ।

You May Also Like

More From Author

+ There are no comments

Add yours