ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଶେଷ ଦିନ: ତମାଣ୍ଡୋ ବ୍ରହ୍ମାକୁମାରୀ ସେଣ୍ଟରର କରିବେ ଶିଳାନ୍ୟାସ

ଶବ୍ଦ ଓଡିଶା ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ତୃତୀୟ ତଥା ଶେଷ ଦିନ । ୧୦ଟା ୩୫ରେ ରାଜଭବନରୁ ତମାଣ୍ଡୋ ଅଭିମୁଖେ ବାହାରିବେ ରାଷ୍ଟ୍ରପତି । ବ୍ରହ୍ମାକୁମାରୀ ପକ୍ଷରୁ ତମାଣ୍ଡୋ ସ୍ଥିତ ଦାଶବାଟିଆରେ ଡିଭାଇନ୍ ଲାଇଟ୍ ହାଉସ୍ର ଭିତିପ୍ରସ୍ତର ସ୍ଥାପନ ସମାରୋହରେ ଯୋଗଦେବେ । ଏନେଇ ସେଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି ।

ବାଲିପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ ଇୟର ଅଫ୍ ପଜିଟିଭ୍ ଚେଂଜ-୨୦୨୩ ଥିମ୍ର ଲୋକାର୍ପଣ ଉତ୍ସବରେ ଯୋଗଦେବେ । କାର୍ଯ୍ୟକ୍ରମ ଶେଷ ହେବା ପରେ ସେଠାରେ ବ୍ରହ୍ମାକୁମାରୀ ପକ୍ଷରୁ ସ୍ୱତନ୍ତ୍ର ଭୋଜନର ବ୍ୟବସ୍ଥା କରାଯାଇଛି । ରାଜ୍ୟପାଳ, ବ୍ରହ୍ମାକୁମାରୀର ବରିଷ୍ଠ ସଦସ୍ୟଙ୍କ ସହ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି । ଅପରାହ୍ଣ ୨ଟା ପର୍ଯ୍ୟନ୍ତ ରାଷ୍ଟ୍ରପତି ତମାଣ୍ଡୋରେ ରହିବେ । ତମାଣ୍ଡୋ କାର୍ଯ୍ୟକ୍ରମ ଶେଷ ହେବା ପରେ ରାଜଭବନ ଫେରିବେ ରାଷ୍ଟ୍ରପତି । ଏହା ପରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

You May Also Like

More From Author

+ There are no comments

Add yours