Thu. Oct 15th, 2026

ଜୟପୁର: ରାଷ୍ଟ୍ରୀୟ ବନସ୍ପତି ଅନୁସନ୍ଧାନ ସଂସ୍ଥାନ ଲକ୍ଷ୍ନୌ ପକ୍ଷରୁ ପୁଷ୍ପ କୃଷି ମିଶନ ଜରିଆରେ ବୈପାରିଗୁଡ଼ା ବ୍ଲକର କୋଲାର ଓ ରାମଗିରି ପଞ୍ଚାୟତର ଗେଲାଗୁଡା ଠାରେ ଉନ୍ନତ କିସମର ମଲ୍ଲି ଫୁଲ ଓ ରଜନୀଗନ୍ଧା ଚାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନକୁ ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଏ ଏନ୍ ବି ଆର ଅଇ, ଲକ୍ଷ୍ନୌର ବରିଷ୍ଠ ପ୍ରଧାନ ବୈଜ୍ଞାନିକ ଡକ୍ଟର ଚନ୍ଦ୍ର ଶେଖର ମହାନ୍ତି ଉପସ୍ଥିତ ରହି ଫୁଲ ଚାଷ ଦ୍ଵାରା କିପରି ଭାବରେ ଫସଲରେ ଆୟ ବୃଦ୍ଧି ପାଇଛି ଏବଂ ଏହା ଦ୍ଵାରା ଜୈବ ବିବିଧତା ସୁରକ୍ଷାରେ କିଭଳି ସହାୟକ ହୋଇଥାଏ ସେ ସମ୍ପର୍କରେ ବୁଝାଇ ଥିଲେ l
ପ୍ରଧାନ ବୈଜ୍ଞାନିକ ଡକ୍ଟର ସନ୍ଦୀପ ବେହେରା ରଜନୀଗନ୍ଧା ଓ ମଲ୍ଲି ଫୁଲଚାଷ ସମ୍ପର୍କରେ ବୁଝାଇ ଥିଲେ l ଜୟ ଜଗନ୍ନାଥ,ବାବା ବିନାୟକ, ଓମ୍ ଶାନ୍ତି, ମା ଲକ୍ଷ୍ମୀ ମା ଗଜଲକ୍ଷ୍ମୀ,ଓ ମା ହୁଣ୍ଡି ର 60 ଜଣ ମହିଳାମାନଙ୍କୁ ପାୟ 5 ହେକ୍ଟର ଜମିରେ ଫୁଲ ଚାଷ ପାଇଁ ଚାରା ଯୋଗାଇ ଦିଆ ଯାଇଛି ବୋଲି ଡକ୍ଟର ସନ୍ଦୀପ ବେହେରା ପ୍ରକାଶ କରିଥିଲେ l ଫୁଲ ଚାଷ ଦ୍ଵାରା ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ୱରରେ ଏହି ଫୁଲ ବିକ୍ରି କରା ଯାଇପାରିବ ବୋଲି
ଓଡ଼ିଶା ଜୀବିକା ମିଶନର ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ଧବେଲେଶ୍ୱର୍ ସୁନା କହିଥିଲେ l ଏହି କାର୍ଯ୍ୟକ୍ରମରେ ଏଲ୍ .ସ୍ .ପି .ନରେନ୍ଦ୍ର ଟାକ୍ରି , ପୂର୍ଣ୍ଣିମା ନାୟକ ଓ କୃଷି ମିତ୍ର ମାନେ ସହ ଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *