ଖେଳ ପଡିଆ ଜବର ଦଖଲ ଉଚ୍ଛେଦ ଦାବିରେ ତହସିଲଦାରଙ୍କୁ ଅଭିଯୋଗ

ସୋନପୁର : ଖେଳ ପଡିଆ ଜବର ଦଖଲ ଉଚ୍ଛେଦ ଦାବିରେ ତହସିଲଦାରଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ସରଗଜ ଗ୍ରାମ ପଞ୍ଚାୟତ ଜୁରାବନ୍ଧ ଗ୍ରାମରେ ସରକାରୀ ଜାଗାରେ ଥିବା ଖେଳ ପଡିଆକୁ ଉକ୍ତ ଗ୍ରାମର ଜନୈକ ବ୍ୟକ୍ତି ଜବର ଦଖଲ କରିଥିବା ଅଭିଯୋଗ ହୋଇଛି । ଜୁରାବନ୍ଧ ଗାଁର ବହୁ ବ୍ୟକ୍ତି ତରଭା ତହସିଲଦାର କୀର୍ତ୍ତିଚନ୍ଦ୍ର ପ୍ରଧାନଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଖେଳ ପଡିଆକୁ ଜବର ଦଖଲ କରିବା ସହିତ ଉକ୍ତ ରାସ୍ତା ଦେଇ ଯିବା ଆସିବା କଲାବେଳେ ପୁରୁଷ ଓ ମହିଳାମାନଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିବା, କଣ୍ଟା ବାଡ଼ ତିଆରି କରିଥିବା ଭଳି ବହୁ ଅଭିଯୋଗ ଦରଖାସ୍ତରେ ଉଲ୍ଲେଖ ରହିଛି ।

ତହସିଲଦାର ଲିଖିତ ଅଭିଯୋଗ ପାଇବା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । ଗ୍ରାମବାସୀ ତହସିଲଦାରଙ୍କୁ ଭେଟିବା ପରେ ତରଭା ଥାନା ଆଇଆଇସି ଅନିତା କିଡ୍ଡୋ ଙ୍କୁ ମଧ୍ୟ ସାକ୍ଷାତ କରି ଲିଖିତ ଅଭିଯୋଗ କରିଛନ୍ତି ।
ସୁବର୍ଣ୍ଣପୁରରୁ ନିରଞ୍ଜନ ମିଶ୍ରଙ୍କ ରିପୋର୍ଟ,ଶବ୍ଦ ମିଡିଆ

You May Also Like

More From Author

+ There are no comments

Add yours