
କୁନି କୁନି ପିଲାଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପ୍ରୟାସ। ଭୁବନେଶ୍ବର ସୀତାନାଥ ବସ୍ତିରେ ଯଶୋଦା ମା ଫାଉଣ୍ଡେସନ ତରଫରୁ ପରିଚାଳିତ ବର୍ଣ୍ଣବୋଧ ପାଠଶାଳା ପିଲାଙ୍କ ସହ କିଛି ମୁହୂର୍ତ୍ତ ବିତାଉଛନ୍ତି ବିଶିଷ୍ଟ ଜ୍ୟୋତିର୍ବିଦ ଶ୍ରୀପଦ ଆଚାର୍ଯ୍ୟ। ଓଡ଼ିଆ ଭାଷା, ସାହିତ୍ୟ,ସାଧାରଣ ଜ୍ଞାନ,ଗୀତ,ନାଚ ଭଳି ବିଭିନ୍ନ ବିଷୟରେ ପିଲାଙ୍କ ଦକ୍ଷତା ଦେଖି ଅଭିଭୂତ ହୋଇଥିଲେ। ଏଭଳି ପ୍ରୟାସକୁ ସେ ପ୍ରଶଂସା କରିବା ସହ ପିଲା ମାନଙ୍କୁ ପାଠ୍ୟ ଉପକରଣ ବାଣ୍ଟିଥିଲେ। ଏହି ପରିଦର୍ଶନ ବେଳେ ଯଶୋଦା ମା ଫାଉଣ୍ଡେସନର ପ୍ରତିଷ୍ଠାତା ନିବେଦିତା ଲେଙ୍କା ଉପସ୍ଥିତ ଥିଲେ। ଗତ କିଛି ବର୍ଷ ହେବ,ଭୁବନେଶ୍ଵରର ଚାରୋଟି ବସ୍ତିରେ ଯଶୋଦା ମା ଫାଉଣ୍ଡେସନ୍ ଅବସର ବେଳେ ଉତ୍ତମ ଶିକ୍ଷା ସାଙ୍ଗକୁ ଅନ୍ୟାନ୍ୟ ଦକ୍ଷତାର ବିକାଶ ନେଇ କାମ କରୁଛି।ଯାହା ଅନେକଙ୍କୁ ପ୍ରେରଣା ଯୋଗାଇଛି

