ସରୋଜିନୀ ଦାମୋଦରନ୍ ଫାଉଣ୍ଡେସନ ଦ୍ୱାରା ବିଦ୍ୟାଧନ ଛାତ୍ରବୃତ୍ତି, ଏମିତି କରିପାରିବେ ଅନଲାଇନରେ ଆବେଦନ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟର ଦଶମ ପାସ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି । ସରୋଜିନୀ ଦାମୋଦରନ ଫାଉଣ୍ଡେସନ ଦ୍ୱାରା ବିଦ୍ୟାଧନ ଏକ ପାନ ଇଣ୍ଡିଆ ଉଚ୍ଚଶିକ୍ଷା ବୃତ୍ତି ପ୍ରଦାନ କରାଯିବ । କୁମାରୀ ଶିବୁଲାଲ ଏବଂ ଏସଡି ଶିବୁଲାଲଙ୍କ ଦ୍ବାରା ଏହି ଛାତ୍ର ବୃତ୍ତି ପ୍ରଦାନ କରାଯାଉଛି । ମନୋନୀତ ଛାତ୍ରଛାତ୍ରୀଙ୍କୁ ପ୍ଲସ 2ରେ ବାର୍ଷିକ 10000 ଟଙ୍କା ପ୍ରଦାନ କରାଯିବ । ସେମାନେ ଯଦି ଭଲ ପାଠ ପଢନ୍ତି ସେମାନଙ୍କୁ ଡିଗ୍ରୀ ପାଠ୍ୟକ୍ରମ ପାଇଁ 10 ହଜାରରୁ 60 ହଜାର ମଧ୍ୟରେ ଛାତ୍ରବୃତ୍ତି ପ୍ରଦାନ କରାଯିବ ।

1999 ମସିହାରୁ ଏବେ ଯାଏ ବିଦ୍ୟାଧନ ଜରିଆରେ 33,200ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ଆମ ରାଜ୍ୟରେ 409 ଛାତ୍ରଛାତ୍ରୀଙ୍କୁ ଏହିବୃତ୍ତି ପ୍ରଦାନ କରାଯାଇଛି । ଯଦି ଆପଣବିଏହି ଛାତ୍ରବୃତ୍ତିର ଫାଇଦା ନେବା ପାଇଁ ଇଚ୍ଛୁକ ତେବେ ଯୋଗାଯୋଗ କରନ୍ତୁ, vidyadhan.odisha@sdfoundationindia.com । ଅଧିକ ଜାଣିବା ପାଇଁ ଆପଣ 9663517131ରେ ଯୋଗାଯୋଗ କରିପାରିବେ। ସେହିଭଳି ଛାତ୍ରଛାତ୍ରୀମାନେ www.vidyadhan.orgରେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଆବେଦନର ଶେଷ ତାରିଖ ରହିଛି ଜୁଲାଇ 23 ।

You May Also Like

More From Author

+ There are no comments

Add yours