ରାୟଗଡ଼ ଜିଲ୍ଲାର ୩୦ ଜଣଙ୍କୁ ବେଦାନ୍ତ ଆଲୁମିନାରେ ନିଯୁକ୍ତି

ରାୟଗଡ:- ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ,ରାୟଗଡ଼ ମାଧ୍ୟମରେ ବେଦାନ୍ତ ଆଲୁମିନାର ଗତ ଫେବ୍ରୁୟାରୀ ମାସର ପ୍ରଥମ ସପ୍ତାହରେ ହୋଇଥିବା ନିଯୁକ୍ତି ପ୍ରକ୍ରିୟାରେ ଜିଲ୍ଲାର ୩୦ ଜଣ ମନୋନୀତ ହୋଇଥିଲେ । ସେହି ସଫଳ ଛାତ୍ରଛାତ୍ରୀ ମାନଙ୍କୁ ବିଜୁ ପଟ୍ଟନାୟକ ଅଡିଟୋରିୟମ, ରାୟଗଡ଼ ଠାରେ କ୍ୟାବିନେଟ ମନ୍ତ୍ରୀ ଖାଦ୍ୟ ଯୋଗାଣ , ଖାଉଟି କଲ୍ୟାଣ , ସମବାୟ ଓ ଉଚ୍ଚଶିକ୍ଷା ବିଭାଗ, ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଓ ଆଦିବାସୀ ଏବଂ ହରିଜନ ବିକାଶ , ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ , ଆଇନ ବିଭାଗର କ୍ୟାବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କର କର କମଳରେ ଯଥାବିଧି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା ।


ନିଯୁକ୍ତି ପତ୍ର କାର୍ଯ୍ୟକ୍ରମରେ ରାୟଗଡ଼ ବିଧାୟକ ମକରନ୍ଦ ମୁଦୁଲି ଓ ପଛୁଆ ବର୍ଗ ଉପଦେଷ୍ଟା ପୃଥୀରାଜ ସାହୁ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା , ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ତତ୍ଵମାସୀ ମହାପାତ୍ର ଓ ବେଦାନ୍ତ ଆଲୁମିନା ତରଫରୁ ସି ଇ ଓ ,ଜି ଜି ପାଲ , ସି ଏଚ ଆର ଓ ବିଶାଳ ସିଂହ , ସିଏସଆର ମୁଖ୍ୟ ବିଭୂଦେନ୍ଦୁ ପଣ୍ଡା ତଥା ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ରାୟଗଡ଼ାରୁ ଅଜିତେଶ୍ ପଟ୍ଟନାୟକ,ଶବ୍ବ ମିଡିଆ

You May Also Like

More From Author

+ There are no comments

Add yours