ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ

ଶବ୍ଦ ଓଡିଶା ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଏଥିପାଇଁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ ଓ ଶାସକ ଏନଡିଏ । ଗତକାଲି ନୂଆ ସଂସଦ ଭବନରେ ବସିଥିଲା ସର୍ବଦଳୀୟ ବୈଠକ । ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ।

ଚଳିତବର୍ଷ ବିଧାନସଭା ନିର୍ବାଚନ ଓ ଆସନ୍ତାବର୍ଷ ଲୋକସଭା ନିର୍ବାଚନ ପାଇଁ ଉଭୟ ବିରୋଧୀ ଓ ଶାସକ ତୃଣମୁଳସ୍ତରରୁ ପ୍ରସ୍ତୁତି କରୁଛନ୍ତି । ତେଣୁ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି କରିଛନ୍ତି । ଯେଉଁଥିରେ ୟୁସିସି, ମଣିପୁର ହିଂସା, ଦରଦାମ ବୃଦ୍ଧି, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦୁରୁପଯୋଗ ଭଳି ପ୍ରସଙ୍ଗ ଉଠାଇ ପାରନ୍ତି ବିରୋଧୀ । ଅନ୍ୟପକ୍ଷରେ ସରକାର ୨୧ଟି ନୂଆ ବିଲ ପାରିତ କରିବାକୁ ଚେଷ୍ଟା କରିବେ । ଜୁଲାଇ ୨୦ରେ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ । ତେବେ ବିରୋଧୀ ଉଠାଇଥିବା ପ୍ରସଙ୍ଗ, ବିଚାରକୁ ମଧ୍ୟ ଆଲୋଚନାରେ ସ୍ଥାନ ଦିଅନ୍ତୁ ।

You May Also Like

More From Author

+ There are no comments

Add yours