Thu. Oct 15th, 2026

ବିଶ୍ଵ ଜନସଂଖ୍ୟା ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ଏକ କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ପାଇଁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଉପଲକ୍ଷେ ପ୍ରଦାନ କରାଯାଇଛି। ଏଥିରେ ଫାଉଣ୍ଡେସନର ରାଜ୍ୟ କୋଡ଼ିନେଟର ବରିଷ୍ଠ ଓକିଲ ଶ୍ରୀ ବଳଦେବ ପ୍ରସାଦ ବେଦବାକ, ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ମିଶ୍ର, ରାଜ୍ୟ ସମ୍ପାଦିକା ଶ୍ରୀମତୀ ସୁନନ୍ଦା ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀ ସିର୍ଣ୍ଣିବାସ ଚାନ୍ଦ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ବାପି ଦାସ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରମତୀ ପୂର୍ଣ୍ଣିମା ସା, ଉପଦେଷ୍ଟା ସୁରେଶ ପାତ୍ର, ଜିଲ୍ଲା ଉପସଭାପତି ଶ୍ରୀ ଗୌରହରି ନାଏକ,ଶ୍ରୀ ଟିକେଶ୍ୱର ମେହେର, ଜିଲ୍ଲା ସମ୍ପାଦକ ଶ୍ରୀ କେଶବ ସାହୁ, ଶ୍ରୀ ଛବି ମେହେର, ଶ୍ରୀ ଶିବଶଙ୍କର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲାପାଳ ଶ୍ରୀ ଶୁଭେନ୍ଦୁ ରାୟ ଦାବିପତ୍ର ଗ୍ରହଣ କରିଥିଲେ। ଦ୍ୱେତ ସନ୍ତାନ ଆଇନ ପ୍ରଣୟନ ପାଇଁ ଉପସ୍ଥିତ ନେତୃବୃନ୍ଦ ବିଭିନ୍ନ ପ୍ରକାର ନାରା ଦେଇଥିଲେ।

Leave a Reply

Your email address will not be published. Required fields are marked *