Thu. Oct 15th, 2026

ହିତାଧିକାରୀ ଚୟନରେ ପାତର ଅନ୍ତର ପ୍ରତିବାଦରେ ତରଭା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ମରାଡୁଗୋଚ୍ଛା ଗ୍ରାମପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଂଟନରେ ବ୍ୟାପକ ଅନିୟମିତତା ଅଭିଯୋଗ । କିଛି ଅସାଧୂ ସରକାରୀ କର୍ମଚାରୀଙ୍କ ଖଳବୁଦ୍ଧି ଯୋଗୁଁ ପ୍ରକୃତ ହିତାଧିକାରୀମାନେ ଆବାସ ଗୃହ ପାଇବାରୁ ବଂଚିତ ହୋଇଥିବା ବେଳେ କିଛି ଧନିକ ଶ୍ରେଣୀର ଲୋକମାନେ ଗରିବଙ୍କ ଆବାସଘର ହାତେଇଥିବା ଅଭିଯୋଗ ହୋଇଛି । ବାରମ୍ବାର ବିଡିଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେମଧ୍ୟ କୌଣସି ପ୍ରକାର ସୁଫଳ ନମିଳିବାରୁ ଆଜି ତରଭା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମରାଡୁଗୋଚ୍ଛା ସରପଂଚ ମନମୋହନ ସାହୁ ଏବଂ ପୁର୍ବତନ ସମିତିସଭ୍ୟ ମିତ୍ରବ୍ରତ ମିଶ୍ରଙ୍କ ନେତୃତ୍ୱରେ ପ୍ରାୟ ୪୦ଜଣ ହିତାଧିକାରୀ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଯେତେଦିନ ପର୍ଯ୍ୟନ୍ତ ଦାବିପୁରଣ ନହେବ ଆନ୍ଦୋଳନ ଲାଗି ରହିବ ବୋଲି ହିତାଧିକାରୀମାନେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *