Thu. Oct 15th, 2026

କିଛି ଦିନର ଶୁଖିଲା ପାଇଁ ପରେ ରାଜ୍ୟରେ ଲାଗିରହିଛି ଝିପି ଝିପି ବର୍ଷା। ଉପକୂଳ ଓଡ଼ିଶାରେ ଆଜି ସକାଳୁ ଲାଗି ରହିଛି ବର୍ଷା। ରାଜଧାନୀ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଝିପି ଝିପି ବର୍ଷା ଲାଗି ରହିଥିଲା। ତେବେ ପରେ କିଛି ଅଞ୍ଚଳରେ ଭଲ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ମଧ୍ୟାନ୍ନ ସୁଦ୍ଧା ରାଜଧାନୀ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମି ରହିଛି।ଜୁନ୍ ପହିଲାରୁ ଏପର୍ଯ୍ୟନ୍ତ ସାରା ରାଜ୍ୟରେ ସ୍ବାଭାବିକ ଠାରୁ 27 ପ୍ରତିଶତ କମ ବୃଷ୍ଟିପାତ ହୋଇଛି। 304.2 ମିଲିମିଟର ଜାଗାରେ ହୋଇଛି ମାତ୍ର 222.7 ମିଲିମିଟର ବର୍ଷା। କଳାହାଣ୍ଡି ଜିଲ୍ଲା ସ୍ଥିତି ସବୁଠୁ ବେଶି ଖରାପ। ଏଠି ଭୀଷଣ ନିଅଣ୍ଟିଆ ଅର୍ଥାତ 66 ପ୍ରତିଶତରୁ କମ୍ ବୃଷ୍ଟିପାତ ହୋଇଛି। ସେହିପରି 13 ଜିଲ୍ଲା ବୌଦ୍ଧ, ସୁବର୍ଣ୍ଣପୁର, ଜଗତସିଂହପୁର, ଯାଜପୁର, ବଲାଙ୍ଗିର, କଟକ, କନ୍ଧମାଳ, ଗଂଜାମ, ରାୟଗଡ଼ା, ପୁରୀ, ନବରଙ୍ଗପୁର, କେନ୍ଦ୍ରାପଡ଼ା ଓ ମୟୂରଭଂଜ ଜିଲ୍ଲାରେ ଅତି ନିଅଣ୍ଟିଆ ସ୍ଥିତି ଅର୍ଥାତ୍ ସ୍ବାଭାବିକ ଠାରୁ ୫୫ରୁ ୪୫% ପ୍ରତିଶତ କମ୍ ବୃଷ୍ଟିପାତ ହୋଇଛି।

Leave a Reply

Your email address will not be published. Required fields are marked *