Thu. Oct 15th, 2026

ଗଜପତି : ରାଜ୍ୟ ସରକାର ଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ତିଦ୍ଦତିୟ ଶରଣାର୍ଥୀ ଙ୍କୁ କିଛି ମାସ ତଳେ ସାମିଲ କରିଥିବା ବେଳେ ଆଜି ପୁଣି ଦ୍ବିତୀୟ ପର୍ଯ୍ୟାୟ ରେ ପ୍ରଥମ କରି ଆର ଉଦୟଗିରି ବ୍ଳକ ର ମହେନ୍ଦ୍ରଗଡ ପଞ୍ଚାୟତ ର କ୍ୟାମ୍ପ ନମ୍ବର ୫ର ତିଦ୍ଦତୀୟ ଅଧିବାସୀ ଙ୍କୁ ଖାଉଟି କାର୍ଡ ସହ ତିନି ମାସର ରାସନ୍ ସାମଗ୍ରୀ କୁ ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ଯୋଗାଇଦିଆଛି । ତିଦ୍ଦତୀୟ ଶରଣାର୍ଥୀ ମାନଙ୍କୁ ଚନ୍ଦ୍ରଗିରି ଅଞ୍ଚଳରେ ବସତି ସ୍ଥାପନ ର ୬୦ବର୍ଷ ବିତିଯାଇଥିଵା ବେଳେ ସରକାର ଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନା ପାଇବା ପାଇଁ ପ୍ରଶାସନ ପାଖରେ ଦାବି କରିଆସିବା ସହ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲା। ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶରେ ରାଜ୍ୟ ସରକାର ଆଜି ବିଧିବଦ୍ଧ ଭାବେ ୧୩୬ ଟି ରେସନ କାର୍ଡ ସହ ୫୦୦ଜଣ ହିତାଧିକାରୀ ଙ୍କୁ ସ୍ବାସ୍ଥ୍ୟ ବୀମା ରେ ଅନ୍ତର୍ଭୁକ୍ତ କରାଯାଇଛି। ଜୁଲାଇ ଅଗଷ୍ଟ ସେପ୍ଟେମ୍ବର ତିନିମାସର ଖାଉଟି ସାମଗ୍ରୀ ତିଦ୍ଦତୀୟ ମାନଙ୍କୁ ମହେନ୍ଦ୍ରଗଡ କାର୍ଯ୍ୟାଳୟ ପରିସରରେ ବଣ୍ଟନ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା। ମହେନ୍ଦ୍ରଗଡ ପଞ୍ଚାୟତ କାର୍ଯ୍ୟାଳୟ ରେ ସ୍ଥାନୀୟ ସରପଞ୍ଚ କୁମୁଦିନୀ ଗମାଙ୍ଗ ଙ୍କ ସଭାପତିତ୍ବରେ ଏନେଇ ତିଦ୍ଦତୀୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଯୋଗଦେଇ ତିଦ୍ଦତୀୟ ମାନଙ୍କୁ ବିଭିନ୍ନ ଯୋଜନା ରେ ସରକାର କରିଥିବା ହେତୁ ଧନ୍ୟବାଦ ଦେବା ସହ ନାଗରିକତା ତଥା ଭୋଟ ପରିଚୟ ପାଇବାକୁ ହକଦାର ବୋଲି କହିଛନ୍ତି। ସମ୍ମାନୀତ ଅତିଥି ଭାବେ ତିଦ୍ଦତୀୟ ଥଇଥାନ ଅଧିକାରୀ ଗୁରୁଜୀ ପେମା ଟେମ୍ପୋ, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା, ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର , ରାମଗିରି ଜିଲ୍ଲା ପରିଷଦ ଦଣ୍ଡପାଣି ବଡମୁଣ୍ଡି, ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର ଶବର , ସମିତି ସଭ୍ୟ ପ୍ରମୁଖ ଯୋଗଦେଇ ନୂତନ ହିତାଧିକାରୀ ଙ୍କୁ ଖାଉଟି କାର୍ଡ ବଣ୍ଟନ କରିଥିଲେ। ଗଜପତି ଜିଲ୍ଲା ର ଚନ୍ଦ୍ରଗିରି ଓ ଆଖପାଖ ଅଞ୍ଚଳ ରେ ପାଞ୍ଚୋଟି କ୍ୟାମ୍ପରେ ବସବାସ କରିଆସୁଥିବା ତିଦ୍ଦତିୟ ଶରଣାର୍ଥୀ ମାନଙ୍କ ଲାଗି ତିନି ବର୍ଷ ତଳେ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ଅନେକ ବାର୍ଦ୍ଧକ୍ୟ ହିତାଧିକାରୀ ଙ୍କୁ ମାସିକ ଭତ୍ତା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ତିଦ୍ଦତିୟ ମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍ କରିବାକୁ ସରକାର ଙ୍କ ନିକଟରେ ଦାବୀ ଜଣାଇବା ପରେ ସରକାର ଙ୍କ ମଞ୍ଜୁର କରିଥିଲେ ,ଗତ ବର୍ଷ ସେପ୍ଟେମ୍ବର ମାସରେ ବ୍ଳକ ପ୍ରଶାସନ ପାଖରେ ଆବେଦନ କରାଯାଇଥି୍ଲା ଅକ୍ଟୋବର ମାସରେ ତିଦ୍ଦତିୟ ଶରଣାର୍ଥୀ ଙ୍କ ରାସନ୍ କାର୍ଡ ପଞ୍ଜିକୃତ ହୋଇଥିଲା ‌। ଏବଂ ଜାନୁଆରୀ ଓ ଫେବୃଆରୀ ମାସ ର ରାସନ୍ ସାମଗ୍ରୀ କୁ ବିଦ୍ଧିବଦ୍ଧ ଭାବ ସାଧାରଣ ବଣ୍ଟନ ବ୍ୟବସ୍ଥା ପ୍ରକ୍ରିୟା ରେ ଆରମ୍ଭ ହୋଇଥିଲା । ତେବେ ତିଦ୍ଧତୀୟ ମାନେ ଆର୍ଥିକ ସ୍ଥିତି ରେ ସୁଦୃଢ଼ ଥିଲେ ମଧ୍ୟ ଗରୀବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଖାଉଟି କାର୍ଡ କୁ ଯୋଗାଇଦେଇଛନ୍ତି ସରକାର।

Leave a Reply

Your email address will not be published. Required fields are marked *