ପଞ୍ଚାୟତକୁ ଆସିଥିବା ଉନ୍ନୟନ ଟଙ୍କାକୁ ହଡପ ,ହରଡ଼ଘଣାରେ ପିଇଓ : ଥାନାରେ ମାମଲା ରୁଜୁ

ଗଜପତି: ଉନ୍ନୟନ କାମ ପାଇଁ ଆସିଥିବା ପଞ୍ଚାୟତ ର ଟଙ୍କା ଚଳୁ କରିନେଲେ ପିଇଓ । ପିଇଓ ଚାଞ୍ଚକତା କରି ଲକ୍ଷାଧିକ ଟଙ୍କା ବ୍ୟାଙ୍କ ରୁ ଉଠାଇ କେଉଁ ଆଡେ ଫେରାର ହୋଇଯାଇଥିବା ବେଳେ ଏବେ ଏହି ଖବର ଖୁବ୍ ଚାଞ୍ଚଲ୍ୟ ସୃଷ୍ଟି କରିଛି ଜିଲ୍ଲା ରେ । ଏଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି ଗଜପତି ଜିଲ୍ଲା ର ଗୋଷାଣି ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ପଞ୍ଚାୟତରେ ।‌ ଘଟଣା ଜଣାପଡ଼ିବା ପରେ ସମୃକ୍ତ ପିଇଓ ନିବେଶ ପାଣିଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ଗୁରୁଣ୍ଡି ଥାନାରେ ରୁଜ୍ଜୁ ହୋଇଛି । ଟଙ୍କା ନେଇ ଫେରାର ହୋଇଯାଇଥିବା ପିଇଓ ଜଣକ ହେଲେ ରାୟଗଡ଼ ଅଞ୍ଚଳ ର ନିବେସ୍ ପାଣି । ଗତ ୨ ମାସ ହେଲା ହେଲା ପିଇଓ ନିବେସ୍ ପାଣି ମଧୁସୁଦନପୁର ପଞ୍ଚାୟତ ଆସୁନଥିବା ବେଳେ କେଉଁଆଡେ ଫେରାର ହୋଇଯାଇଥିଲେ ।‌ ପଞ୍ଚାୟତ ବାସୀ ବିଭିନ୍ନ କାମ ପାଇଁ କାର୍ଯ୍ୟାଳୟ କୁ ଆସି ନିରାଶ ହେବା ପରେ ସ୍ଥାନୀୟ ସରପଞ୍ଚ ଗୋଷାଣୀ ବିଡିଓ ନୀଳମାଧବ ମାଝୀଙ୍କୁ ଅବଗତ କରିଥିଲେ। ଗୋଷାଣୀ ବିଡିଓ ଯାକବ ଗମାଙ୍ଗଙ୍କୁ ନୂତନ ପିଇଓ ଭାବେ ମଧୁସୁଦନ ପଞ୍ଚାୟତ ରେ ନିଯୁକ୍ତି ଦେବା ପରେ ଫିଟିଥିଲା କେଳେଙ୍କାରୀର ଗୁମର । ଗତ ମାସ ୨୬ ତାରିଖ ରେ ନୂତନ ପିଇଓ କାର୍ଯ୍ୟରେ ଯୋଗ ଦେବା ପରେ ସମସ୍ତ ଦସ୍ତାବିଜ ତଥା ପଞ୍ଚାୟତ ଫଣ୍ଡର ବ୍ୟାଙ୍କ ଆକାଉଣ୍ଟ ଆଦି ନିରୀକ୍ଷଣ କରିବାରେ ୧୫ତମ ସିଏଫସି ଟଙ୍କା କୁ ସରପଞ୍ଚ ଙ୍କ ଅଜାଣତରେ ବିନାକାରଣରେ ୫ଲକ୍ଷ ୨୦ ହଜାର ଟଙ୍କା ହଡ଼ପ କରି ନେଇଥିବାର ଜାଣାପଡିଥିଲା । ଗତ ୨୭ ତାରିଖ ରେ ବ୍ଳକ୍ ପ୍ରଶାସନ ପକ୍ଷରୁ ବିଡିଓ ନିଜେ ଗୁରାଣ୍ଡି ଥାନାରେ ସମୃକ୍ତ ଫେରାର ପିଇଓ ନିବେସ୍ ପାଣିଙ୍କ ବିରୁଦ୍ଧରେ ଏତଲା ଦାୟର କରିଛନ୍ତି । ଥାନାରେ ଦର୍ଶାଯାଇଥିବା ଏତଲା ରେ ପଞ୍ଚାୟତ ର ସରକାରୀ ଅର୍ଥକୁ ପାରଳାଖେମୁଣ୍ଡି ଭାରତୀୟ ଷ୍ଟେଟ ଶାଖାର ବ୍ୟାଙ୍କ ଏକାଉଣ୍ଟ୍ ନମ୍ବର ୧୧୩୦୪୮୮୩୧୨୭ ରୁ ୫ଲକ୍ଷ ୨୦ହଜାର ଟଙ୍କା ମନମୁତାବକ ଛାଞ୍ଚକତା କରି ଉଠେଇ ନେଇ ହଡପ କରିଥିବା ଅଭିଯୋଗ କରାଯାଇଛି। ସରପଞ୍ଚ ଙ୍କ କୈଣସି ଅଜାଣତରେ ଏଭଳି ହରିଲୁଟ ହୋଇଥିବା ମଧ୍ୟ ଏତଲାରେ ଦର୍ଶାଇଥିବା ବେଳେ ସରପଞ୍ଚ ଓ ପିଇଓ ଙ୍କ ସଂଯୁକ୍ତ ଯୁଗ୍ମ ଏକାଉଣ୍ଟ୍ ରୁ ନିବେଶ ପାଣି ୫ଲକ୍ଷ ୨୦ ହଜାର ଟଙ୍କା କିଭଳି ଓ କେଉଁ ପରିସ୍ଥିତିରେ ଉଠାଇ ପାରିଲେ ସେ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷରେ ପିଇଓ ଲକ୍ଷାଧିକ ଟଙ୍କା ଲୁଟ ଘଟଣାରେ ସରପଞ୍ଚ ଙ୍କ ବିନା ସହାୟତା ହୋଇପାରିବ ନାହିଁ ଏବଂ ସରପଞ୍ଚ ଙ୍କ ର ମଧ୍ୟ ସମୃକ୍ତି ଥାଇପାରନ୍ତି ବୋଲି କହିଛନ୍ତି ଗୋଷାଣୀ ବ୍ଳକ ଅଧ୍ୟକ୍ଷ ନାଗଳାପଲ୍ଲୀ ଭୀରରାଜୁ । ଏ ସଂପର୍କରେ ସରପଞ୍ଚ ତ୍ରିଲୋଚନ ପଣ୍ଡା ଙ୍କ ପ୍ରତିକ୍ରିୟ ନେବା ପାଇଁ ସମ୍ପର୍କ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ। ସମ୍ପୃକ୍ତ ପିଇଓ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗୋଷାଣୀ ପଞ୍ଚାୟତ ସମିତି ସରକାରୀ ଅଭିଯୋଗ ଚିଠି ନମ୍ବର ୧୯୮୦ରେ ଗୁରୁଣ୍ଡି ଥାନା ସମେତ ଜିଲ୍ଲାପାଳ ଗଜପତି, ପିଡି ଡିଆରଡିଏ ଙ୍କୁ ୨୭.୦୬.୨୩ରେ ପଠାଯାଇଛି । ଏବେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ରବିନ୍ଦ୍ର ପାତ୍ର କହିଛନ୍ତି। ଅପରପକ୍ଷରେ ପିଇଓ ନିବେଶ ପାଣୀ ଙ୍କ ଏଘଟଣା କୌଣସି ନୂଆ ନୁହେଁ , ଏହା ୨୦୨୧ ମସିହାରେ ମୋହନା ବ୍ଲକ ର ବିରିକୋଟ ପଞ୍ଚାୟତରେ ନିବେଶ ପାଣି ପିଇଓ ଭାବେ କାର୍ଯ୍ୟ କରିବା ସମୟରେ ରାଇପଙ୍କା ପିଇଓ ଖଗେଶ୍ବର ଭୂଆଁ ଙ୍କ ବାସଗୃହ ରୁ ଏକଲକ୍ଷ କୋଡ଼ିଏ ହଜାର ଟଙ୍କା କିଛି ସହଯୋଗୀ ସହ ଚୋରି କରିନେଇଥିବା ଥାନାରେ ଏତଲା ଦେବା ସହ ମୋହନା ବିଡ଼ିଓ ଓ ଜିପିଓ ଙ୍କୁ ଜଣାଇଥିଲେ ଏବଂ ପରେ କାର୍ଯ୍ୟ ରେ ଅବହେଳା, ଉନ୍ନତିମୂଳକ କାମରେ ବାଧା ସୃଷ୍ଟି କରିବା ,ଏପରିକି ସରକାରୀ ନିୟମକୁ ଉଲ୍ଲଂଘନ କରିବା ଅଭିଯୋଗରେ ଖୋଦ୍ ଜିଲ୍ଲାପାଳ କାର୍ଯ୍ୟ ରୁ ନିଲମ୍ବିତ କରିଥିଲେ। ତେବେ ଏଭଳି ଅପରାଧ ରେ ଜଡିତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ବଦଳରେ ଅହେତୁକ ଅନୁକମ୍ପା ଦେଖାଇ ପୁନଃ ନିଯୁକ୍ତି କରାଯାଉଥିବା ଯୋଗୁଁ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ସରକାରଙ୍କ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହେଉନଥିବା ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି।‌‌‌

ଗଜପତିରୁ ପ୍ରେମାନନ୍ଦ ପୂଜାରୀଙ୍କ ରିପୋର୍ଟ, ଶବ୍ଦ ମିଡ଼ିଆ

You May Also Like

More From Author

+ There are no comments

Add yours