Thu. Oct 15th, 2026

ଭାରତୀୟ ବନ ସେବା (ଆଇଏଫଏସ) ଅଧକାରୀ ପରବିନ କାସୱାନ ବାରମ୍ୱାର ବନ୍ୟଜୀବଙ୍କ ବିଷୟରେ ହୃଦୟସ୍ପର୍ଶୀ ତଥ୍ୟ ସେୟାର କରିଥାନ୍ତି ।ନିକଟରେ ସେ ଏକ ଭିଡ଼ିଓ ସେୟାର କରିଛନ୍ତି ।ଭିଡ଼ିଓରେ ସେ ଦେଖାଇଛନ୍ତି କି ନଦୀ ଗୁଡ଼ିକ କେମିତି ତିଆରି ହୁଅନ୍ତି। ଭିଡ଼ିଓରେ ଦେଖା ଯାଇଛି କି କେମିତି ଏକ ଶୁଖିଲା ନଦୀର ସ୍ଥଳଭାଗ ଧିରେ ଧିରେ ପାଣିରେ ଭରି ଯାଉଛି। ଆଇଏଫଏସ ଅଧିକାରୀଙ୍କର ଟିମ୍‌ ସହ ସକାଳ ୬ଟାରେ ଚାଲି ଚାଲି ଯାଉଥିବା ବେଳେ ଏହା ରେକର୍ଡ କରି ଥିଲେ। ଭିଡ଼ିଓ ସହ କାସୱାନ ଲେଖିଛନ୍ତି , ଏହିପରି ନଦୀ ଗୁଡ଼ିକ ତିଆରି ହୁଏ। ଜଙ୍ଗଲ ନଦୀର ଜନନୀ। ଆଜି ସକାଳ ୬ଟା ହୋଇଛି। ଟିମ୍‌ ସହ ପାଦଚଲା ଗସ୍ତ। ପୋଷ୍ଟ କରାଯିବା ପରେ ଭିଡ଼ିଓକୁ ୪ଲକ୍ଷରୁ ଅଧିକ ଥର ଦେଖା ଯାଇ ସରିଛି ଏବଂ ପାଖାପାଖି ୯୦୦୦ ଲାଇକ୍ସ ମିଳିଛି। ସୋସିଆଲ ମିଡ଼ିଆ ୟୁଜରମାନେ ଏହି ଭିଡ଼ିଓକୁ ସେୟାର କରିବା ନେଇ ବନ ଅଧିକାରୀକୁ ଧନ୍ୟବାଦ ଦେଇଛନ୍ତି।

Leave a Reply

Your email address will not be published. Required fields are marked *