Thu. Oct 15th, 2026

ବାଲି ବୋଝେଇ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକ ମୃତ୍ୟୁ ଜଣେ ଗୁରୁତର । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସିଙ୍ଗାଡି ନଦୀ ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଡାଲା ଓଲଟି ଯିବା ଫଳରେ ଟ୍ରାକ୍ଟର ଡାଲା ଉପରେ ବସିଥିବା ଦୁଇ ଜଣ ଶ୍ରମିକ ନିର୍ମଳ ମାଝୀ ଏବଂ ତରୁଣ ମାଝୀ ଡାଲା ତଳେ ଚାପି ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ଦୁଇଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ନିର୍ମଳ ମାଝୀ ଙ୍କୁ ମୃତ୍ୟୁ ଘଷଣା କରିଥିବା ବେଳେ ତରୁଣ ମାଝୀ ଙ୍କ ଅବସ୍ଥା ଗୁରୁତର ଥିବାରୁ ଝରିଗାଁ ମେଡ଼ିକାଲ ରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି । ଉଭୟ ଦୁଇଜଣ ବକ୍ରାମୁଣ୍ଡିର ଗାଁର
ବିଚିତ୍ର ନାୟକ ଙ୍କ ଟ୍ରାକ୍ଟର ରେ ଶ୍ରମିକ ଭାବେ କାମ କରୁଥିଲେ ।

Leave a Reply

Your email address will not be published. Required fields are marked *