କେନ୍ଦ୍ର ସରକାରଙ୍କ ଜୈବ ପ୍ରଯୁକ୍ତି ବିଭାଗ ଅଧିନରେ ଥିବା ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ଵର ପକ୍ଷରୁ ଆଜି ବୋରିଗୁମ୍ମା ବ୍ଲକରେ ଚାଷୀମାନଙ୍କୁ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ କଟକରୁ ବିକଶିତ ସିଆର୍ ଧାନ ୨୦୩ ( ସଚଳା) କିସମ ବ୍ରୀଦର୍ ଧାନ ବିହନ ବଣ୍ଟନ କରାଯାଇଛି l ଡିବିଟି କିସାନ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୋରିଗୁମ୍ମା ବ୍ଲକର ବ୍ଲକ ସମ୍ପ୍ରସାରଣ ଅଧିକାରୀ ଗୁରୁବନ୍ଧୁ ପୁଜାରୀ ଉପସ୍ଥିତ ରହି ଚାଷୀ ଉନ୍ନତ କିସମ ଓ ବୈଜ୍ଞାନିକ ପଦ୍ଧତିରେ ଧାନ ଚାଷ କଲେ ଅଧିକ ଲାଭ ମିଳିପାରିବ ସହ ବ୍ରିଦର୍ ବିହନ ଚାଷ ଦ୍ଵାରା କୋରାପୁଟ ଜିଲ୍ଲାର ଚାଷୀମାନେ ସହଜରେ ଧନ ବିହନ ମିଳି ପାରିବ ବୋଲି କହିଥିଲେ l ସିଆର୍ ଧାନ ୨୦୩ କିସମ ୧୧୦ ଦିନରେ ଅମଳ ହେଉଥିବା ବେଳେ ଢିପ ଜମିରେ ଚାଷ କରିବା ପାଇଁ ସୁଯୋଗ ଥିବା ସହ ରୋଗ ଓ ପୋକ କମ୍ ଲାଗୁ ଥିବାରୁ ଅଧିକ ଲାଭ ମିଳିପାରିବ ବୋଲି କହିଥିଲେ l ପ୍ରତି ହେକ୍ଟର ପିଛା ୪୦୫୦ କେଜି ଧାନ ଅମଳ ହୋଇପାରିବ ବୋଲି ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ କଟକ ପାଖରୁ କୁହାଯାଇଛି l ଓଡିଶା ଜୀବିକା ମିଶନର ସଂଯୋଜକ ଦେବେନ୍ଦ୍ର କୁନାର ପଣ୍ଡା ଓ ବିଜ୍ଞାନ ସଂଚାରକ ଲକ୍ଷ୍ମୀ ନାରାୟଣ ବକ୍ସି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥଲେ l ପରୀକ୍ଷା ମୂଳକ ଭାବେ ବୋରିଗୁମ୍ମା ବ୍ଲକରେ ୧୫ ଏକର ଧାନ ବିହନ ଯୋଗାଇ ଦିଆଯାଇଛି l ଆସନ୍ତା ରବି ଋତୁରେ ଧାନ ବିହନ ଅମଳ ପରେ ଅଧିକ ଚାଷୀମାନଙ୍କୁ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି l