ଜୀବ ବିଜ୍ଞାନ ସଂସ୍ଥାନ ପକ୍ଷରୁ ବ୍ରୀଡର ଧାନ ବିହନ ବଣ୍ଟନ

କେନ୍ଦ୍ର ସରକାରଙ୍କ ଜୈବ ପ୍ରଯୁକ୍ତି ବିଭାଗ ଅଧିନରେ ଥିବା ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ଵର ପକ୍ଷରୁ ଆଜି ବୋରିଗୁମ୍ମା ବ୍ଲକରେ ଚାଷୀମାନଙ୍କୁ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ କଟକରୁ ବିକଶିତ ସିଆର୍ ଧାନ ୨୦୩ ( ସଚଳା) କିସମ ବ୍ରୀଦର୍ ଧାନ ବିହନ ବଣ୍ଟନ କରାଯାଇଛି l ଡିବିଟି କିସାନ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୋରିଗୁମ୍ମା ବ୍ଲକର ବ୍ଲକ ସମ୍ପ୍ରସାରଣ ଅଧିକାରୀ ଗୁରୁବନ୍ଧୁ ପୁଜାରୀ ଉପସ୍ଥିତ ରହି ଚାଷୀ ଉନ୍ନତ କିସମ ଓ ବୈଜ୍ଞାନିକ ପଦ୍ଧତିରେ ଧାନ ଚାଷ କଲେ ଅଧିକ ଲାଭ ମିଳିପାରିବ ସହ ବ୍ରିଦର୍ ବିହନ ଚାଷ ଦ୍ଵାରା କୋରାପୁଟ ଜିଲ୍ଲାର ଚାଷୀମାନେ ସହଜରେ ଧନ ବିହନ ମିଳି ପାରିବ ବୋଲି କହିଥିଲେ l ସିଆର୍ ଧାନ ୨୦୩ କିସମ ୧୧୦ ଦିନରେ ଅମଳ ହେଉଥିବା ବେଳେ ଢିପ ଜମିରେ ଚାଷ କରିବା ପାଇଁ ସୁଯୋଗ ଥିବା ସହ ରୋଗ ଓ ପୋକ କମ୍ ଲାଗୁ ଥିବାରୁ ଅଧିକ ଲାଭ ମିଳିପାରିବ ବୋଲି କହିଥିଲେ l ପ୍ରତି ହେକ୍ଟର ପିଛା ୪୦୫୦ କେଜି ଧାନ ଅମଳ ହୋଇପାରିବ ବୋଲି ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ କଟକ ପାଖରୁ କୁହାଯାଇଛି l ଓଡିଶା ଜୀବିକା ମିଶନର ସଂଯୋଜକ ଦେବେନ୍ଦ୍ର କୁନାର ପଣ୍ଡା ଓ ବିଜ୍ଞାନ ସଂଚାରକ ଲକ୍ଷ୍ମୀ ନାରାୟଣ ବକ୍ସି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥଲେ l ପରୀକ୍ଷା ମୂଳକ ଭାବେ ବୋରିଗୁମ୍ମା ବ୍ଲକରେ ୧୫ ଏକର ଧାନ ବିହନ ଯୋଗାଇ ଦିଆଯାଇଛି l ଆସନ୍ତା ରବି ଋତୁରେ ଧାନ ବିହନ ଅମଳ ପରେ ଅଧିକ ଚାଷୀମାନଙ୍କୁ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି l

You May Also Like

More From Author

+ There are no comments

Add yours