ଫିଲ୍ମ ‘ଆଦିପୁରୁଷ’କୁ ବିବାଦ ଚାଲିଛି। ଫିଲ୍ମ ରିଲିଜ ହେବା ପୂର୍ବରୁ ମଧ୍ୟ ଅନେକ ଚର୍ଚ୍ଚାରେ ଥିଲା। ଯେତେବେଳେ ରିଲିଜ ହେଲା, ସମାଲୋଚକ ଏବଂ ଦର୍ଶକଙ୍କ ନକାରାତ୍ମକ ପ୍ରତିକ୍ରିୟା ଯୋଗୁଁ ଏହା ଲାଇମଲାଇଟରେ ରହିଥିଲା। ଦର୍ଶକ ପ୍ରଭାସ ଏବଂ କ୍ରିତି ସାନନ ଷ୍ଟାରରଙ୍କ ଠାରୁ ବହୁତ ଆଶା କରିଥିଲେ, କିନ୍ତୁ ଆଶାନୁଯାୟୀ ଫଳଫ୍ରଦ ହୋଇପାରିଲାନାହିଁ।ମିଡିଆ ରିପୋର୍ଟ ଅନୁଯାୟୀ, ‘ଆଦିପୁରୁଷ’ର ଏଚ୍ଡି ଭର୍ସନ ଇଣ୍ଟରନେଟରେ ଲିକ୍ ହୋଇଛି। ‘ଆଦିପୁରୁଷ’ ବର୍ତ୍ତମାନ ପ୍ରେକ୍ଷାଳୟରେ ଚାଲିଛି। ଆସନ୍ତା ସପ୍ତାହରେ ଫିଲ୍ମଟି ଓଟିଟିରେ ରିଲିଜ ହେବ ବୋଲି କୁହାଯାଉଛି। ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ଇଣ୍ଟରନେଟରେ ରିଲିଜ ହେତୁ ଏହାର ଓଟିଟି ରିଲିଜରେ ପ୍ରଭାବିତ ହୋଇପାରେ।