୪ ପରେ ବଢ଼ିବ ବର୍ଷା

24 ଘଣ୍ଟାରେ ରାଜ୍ୟରେ ବର୍ଷାର ପରିମାଣ ବିଶେଷ ବୃଦ୍ଧି ହୋଇନାହିଁ। ଜୁନ 1ରୁ 3 ଜୁଲାଇ ମଧ୍ୟରେ ରାଜ୍ୟରେ 168.1 ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହା ସ୍ବାଭାବିକ ବର୍ଷା ତୁଳନାରେ 29% କମ ରହିଛି। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତୋଟି ଜିଲ୍ଲା ପାଇଁ ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିଛି। 4 ତାରିଖ ପରେ ବର୍ଷା ବଢିବ। ଆଗାମୀ 2 ଦିନ ଭିତରେ ସାର ରାଜ୍ୟରେ ପ୍ରାୟ ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ମୁଖ୍ୟତଃ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। ଉତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ବିଜୁଳି ଘଡଘଡି ଜନିତ ବର୍ଷା ରହିବା। 5 ତାରିଖ ପରଠୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦିଆଯାଇଛି। 

You May Also Like

More From Author

+ There are no comments

Add yours