Wed. Oct 14th, 2026

ଆଜି ହେଉଛି ଗୁରୁ ପୂର୍ଣ୍ଣିମା। ଆଷାଢ ପୂର୍ଣ୍ଣିମାକୁ ଗୁରୁ ପୁର୍ଣ୍ଣିମା ଭାବେ ପାଳନ କରାଯାଇଥାଏ। ହିନ୍ଦୁ ଧର୍ମରେ ଏହି ଦିନଟି ବେଶ ମହତ୍ବ ରଖେ। ଏହି ଦିନ ପବିତ୍ର ନଦୀରେ ଗାଧୋଇ ଗରିବ ଲୋକଙ୍କୁ ଦାନ କରିବାର ଏହି ଦିନ ବିଶେଷ ମହତ୍ତ୍ୱ ରହିଛି। ଶାସ୍ତ୍ର ଅନୁଯାୟୀ, ବେଦର ଲେଖକ ମହର୍ଷି ବେଦବ୍ୟାସ ଏହି ଆଷାଢ ପୂର୍ଣ୍ଣିମା ଦିନ ଜନ୍ମ ଗ୍ରହଣ କରିଥିଲେ।ପ୍ରଥମେ ମହର୍ଷି ବେଦବ୍ୟାସ ବେଦ ଶିକ୍ଷା ପ୍ରଦାନ କରିଥିଲେ। ତେଣୁ ତାଙ୍କୁ ହିନ୍ଦୁ ଧର୍ମରେ ପ୍ରଥମ ଗୁରୁର ମାନ୍ୟତା ଦିଆଯାଇଛି। ଏହି କାରଣରୁ ଗୁରୁ ପୂର୍ଣ୍ଣିମାଙ୍କୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ। କେବଳ ବେଦ ନୁହେଁ ସେ ବ୍ରହ୍ମସୂତ୍ର, ମହାଭାରତ, ଶ୍ରୀମଦ୍ ଭାଗବତ ଏବଂ ଅଷ୍ଟପୁରାଣ ପରି ଚମତ୍କାର ସାହିତ୍ୟ ରଚନା କରିଥିଲେ। ଯାହା ହିନ୍ଦୁ ଧର୍ମର ଏକ ଏକ ପବିତ୍ର ଗ୍ରନ୍ଥ ଭାବେ ପୂଜା କରାଯାଉଛି। ଏହି ଦିନ ଗୁରୁଙ୍କୁ ପୂଜା ମଧ୍ୟ କରାଯାଇଥାଏ। ଗୁରୁ ବେଦବ୍ୟାସ ସହିତ ଗୁରୁ ଶୁକ୍ରଦେବ ଏବଂ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରି ଗୁରୁମାନଙ୍କୁ ମଧ୍ୟ ସ୍ମରଣ କରିବା ଉଚିତ୍। ଏହି ଦିନ ଗୁରୁଙ୍କ ପରି ପରିବାରର ପିତାମାତା, ଭାଇ ଓ ଭଉଣୀ ପରି ବୟସ୍କମାନଙ୍କୁ ମଧ୍ୟ ଗୁରୁ ଭାବେ ସେମାନଙ୍କ ଆଶୀର୍ବାଦ ନେବା ଉଚିତ୍।

Leave a Reply

Your email address will not be published. Required fields are marked *