ରାଜଧାନୀକୁ ପୁଣି ଡରାଇଲା ଡେଙ୍ଗୁ। ବିଭିନ୍ନ ଅଂଚଳରେ ଚାଲିଛି ସଫେଇ

ଶବ୍ଦ ଓଡିଶା ବ୍ୟୁରୋ: ରାଜଧାନୀରେ ଜଟିଳ ହେଉଛି ଡେଙ୍ଗୁ । ବିଳମ୍ବରେ ହେଲେ ବି ଭୁବନେଶ୍ୱର ମହାନଗର ନିଗମ ଏହାକୁ ନିୟନ୍ତ୍ରଣ କରିବାକୁ ଅଂଟାଭିଡିଛି । ରାଜଧାନୀର ବିଭିନ୍ନ ଅଂଚଳରେ ଚାଲିଛି ସଫେଇ କାର୍ଯ୍ୟର୍କ୍ରମ । ମୌସୁମୀ ବର୍ଷା ଆସୁ ଆସୁ ହିଁ ଡେଙ୍ଗୁର ହଟସ୍ପଟ ପାଲଟିଲାଣି ଭୁବନେଶ୍ୱରର ଆଇଆରସି ଭିଲେଜ, ସାଲିଆ ସାହି ଓ ପୁରୁଣା ଭୁବନେଶ୍ୱର । ଖୋର୍ଧା ଓ ଭୁବନେଶ୍ୱର ମହାନଗର ନିଗମରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାରୁ ସମ୍ବେଦନଶୀଳ ଅଂଚଳରେ ସଫେଇକୁ ତ୍ୱରାନ୍ୱିତ କରାଯାଇଛି । ମଶା ଔଷଧ ଓ ବ୍ଲିଚିଂ ପକାଯାଉଛି ।

You May Also Like

More From Author

+ There are no comments

Add yours