ଘରେ ଶୋଇଥିଲେ ଶାଶୁ,ବୋହୂ; ମାଡ଼ିଗଲା ହାଇୱା

ଶବ୍ଦ ଓଡିଶା ବ୍ୟୁରୋ: ଘର ଉପରକୁ ମାଡ଼ିଗଲା ଚିପ୍ସ ବୋଝେଇ ହାଇୱା। ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କୃଷ୍ଣନଗର ବାଘୁଆ ଗାଁରେ ଏପରି ଘଟଣା ଘଟିଛି । ଆହତମାନେ ହେଲେ ଶାଶୁ କଳ୍ପନା ଗିରି ଓ ବୋହୂ ମନୀଷା ଦାସ l ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସକାଳେ ଚିପ୍ସ ବୋଝ ହାଇୱାଟି ତାଳଚୁଆ ଅଭିମୁଖେ ଯାଉଥିଲା। ବର୍ଷା ଯୋଗୁ ରାସ୍ତା ଖରାପ ହୋଇଥିବାରୁ ହାଇୱାଟି ରାସ୍ତାକଡ଼ରେ ଥିବା ଏକ ଘରେ ଉପରେ ମାଡ଼ି ଯାଇଥିଲା। ପରେ ଓଲଟି ପଡ଼ିଥିଲା । ଏହି ସମୟରେ ଘରେ ଶାଶୁ ଓ ବୋହୂ ଘରେ ଶୋଇଥିଲେ।

You May Also Like

More From Author

+ There are no comments

Add yours