ମାଟ୍ରିକ ସପ୍ଲିମେଣ୍ଟାରୀ: ସକାଳ ୯ଟାରୁ ପ୍ରଥମ ସିଟିଂ ଓ ଅପରାହ୍ଣ ଗୋଟାଏରୁ ଦ୍ୱିତୀୟ ସିଟିଂ

ଶବ୍ଦ ଓଡିଶା ବ୍ୟୁରୋ: ଆଜିଠୁ ଆରମ୍ଭ ମାଟ୍ରିକ ସପ୍ଲିମେଣ୍ଟାରୀ । ସକାଳ ୯ଟାରୁ ୧୧ଟା ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ତାପରେ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଅନୁଷ୍ଠିତ ହେଉଛି । ଏହା ଜୁଲାଇ ୩ତାରିଖରୁ ଜୁଲାଇ ୮ତାରିଖ ପର୍ଯ୍ୟନ୍ତ ରାଜ୍ୟର ୮୦ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେଉଛି ।

ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ୧୩୧୧ ଜଣ ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ୮୯୧୫ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଛନ୍ତି । ଆଜି ସକାଳୁ ପରୀକ୍ଷାର୍ଥୀମାନେ ଶୃଙ୍ଖଳିତ ଢଙ୍ଗରେ ଆସି ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଛି ।

You May Also Like

More From Author

+ There are no comments

Add yours