Wed. Oct 14th, 2026

ଏବେ ରାଜ୍ୟରେ ପରିବାଦର ଆକାଶ ଛୁଆଁ । ସାଧାରଣ ଜନତା ପରିବା କିଣିବାକୁ ସାହାସ କରୁନାହାନ୍ତି । ଏତିକିବେଳେ ସରକାର ନିଘୋଡ଼ ନିଦରେ ଶୋଇଛନ୍ତି ଏବଂ ମୁନାଫାଖୋର ବେପାରୀଙ୍କ ସହିତ ମିଶି ସାଧାରଣ ଜନତାଙ୍କ ଅସୁବିଧା ବେଳେ ପନିପରିବାର କଳାବଜାରୀ କରି ଫାଇଦା ଉଠାଉଛନ୍ତି ବୋଲି କହିବା ସହିତ କେବଳ ନିର୍ବାଚନ ଆସିଲେ ସରକାର ଶୀତଳଭଣ୍ଡାର କଥା କହନ୍ତି ପ୍ରତି ବ୍ଲକରେ ଶୀତଳ ଭଣ୍ଡାର କରିବେ ବୋଲି ପ୍ରାୟ ୧୦ବର୍ଷ ହେବ କହିଆସୁଛନ୍ତି ହେଲେ ନିର୍ବାଚନ ସରିଲେ ଶୀତଳ ଭଣ୍ଡାର ଫାଇଲଟି ଶୀତଳ ଭଣ୍ଡାରକୁ ଚାଲିଯାଏ ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ଯଦି ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନ ନିଅନ୍ତି କଂଗ୍ରେସ ଆନ୍ଦୋଳନକୁ ଯିବ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି

Leave a Reply

Your email address will not be published. Required fields are marked *