ସୁନା ବେଶ ଅବସରରେ ”ଶବ୍ଦ ସମର୍ପଣ” ବହି ସମର୍ପିତ

ପୁରୀ : ପବିତ୍ର ସୁନା ବେଶ ଅବସରରେ ଭୁବନେଶ୍ଵରର ଶବ୍ଦ ମିଡିଆ ତରଫରୁ ମହାପ୍ରଭୁଙ୍କ ନିକଟରେ ସମର୍ପିତ ହୋଇଛି ଏକ କଫି ଟେବୁଲ ବୁକ୍, ଶବ୍ଦ ସମର୍ପଣ। ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ କିଛି ତଥ୍ୟ ,କିଛି ଅନୁଭବ ଓ ବିଶ୍ଵାସର କାହାଣୀ ,ତଥ୍ୟ, ସୁଦୃଶ୍ୟ ଚିତ୍ରରେ ଚିତ୍ରିତ ହୋଇଛି ଶବ୍ଦ ସମର୍ପଣ ବହିଟିର ପରିପାଟୀ । ମନ ଛୁଆଁ ଭାବରେ ଲୀଳାମୟଙ୍କ କବିତା ସହ ଜଗନ୍ନାଥ ସଂସ୍କୃତିର କିଛି ଜଣା ଅଜଣା କଥା ମଧ୍ୟ ଏହି କ୍ଷୁଦ୍ର ପୁସ୍ତକରେ ସ୍ଥାନ ପାଇଛି । ଏବେ ଏହି ପୁସ୍ତକର ପ୍ରଥମ ସଂସ୍କରଣ ଉଭୟ ଡିଜିଟାଲ ଓ ଛାପା ବହି ଭାବରେ ପାଠକଙ୍କ ନିକଟରେ ଉପଲବ୍ଧ । ଆକର୍ଷଣୀୟ କଭର ଡିଜାଇନ ସହ ଏହି ରଙ୍ଗୀନ୍ ବହିର ଦାମ ରହିଛି ମାତ୍ର 175 ଟଙ୍କା ।
କୋଟି ବ୍ରହ୍ମାଣ୍ଡର ନାଥ ପ୍ରଭୁ ଜଗନ୍ନାଥ, ଲୀଳାମୟ ଠାକୁର । କଳା ଠାକୁର,କାଳିଆ ସାଆନ୍ତ,ସିଏ ଜଗତର ଠାକୁର ଜଗନ୍ନାଥ। ତା’ ଆଖିରେ ଥରେ ଆଖି ମିଶେଇ ଦେଲେ ଛଳ ଛଳ ହୁଏ ଆଖି, ବତୁରି ଯାଏ ହୃଦୟ ,ଆପଣର ମଣିଷ ପରି ତାକୁ ମନ ଖୋଲି ମନକଥା କହି ହୁଏ । କୋଟି କୋଟି ଓଡ଼ିଆର ହସ ଲୁହ,ଭଲ ମନ୍ଦ, ସୁଖଦୁଃଖର ସେ ସାହାରା, ସେ ବନ୍ଧୁ। ଆପଣାର ଠାକୁରଙ୍କ ବିଷୟରେ ଯେତେ କହିଲେ ସରିବନି। ଜଗା ସହ ଅନୁଭବ,ଅନୁଭୂତି ସହ କିଛି କିଛି ତଥ୍ୟ ଓ ଚିତ୍ରର ଆଲେଖ୍ୟ ସହ ପ୍ରକାଶିତ ହୋଇଛି ଶବ୍ଦ ସମର୍ପଣ । ଏ ବହି ପାଠକଙ୍କ ମଧ୍ୟରେ ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ବିଶ୍ୱାସକୁ ନେଇ ଆଲୋଡିତ କରିବ ବୋଲି କହିଛନ୍ତି ଶବ୍ଦ ମିଡିଆର ନିର୍ଦ୍ଦେଶିକା ସୁଶ୍ରୀସୁଚରିତା ଦାଶ । ଆପଣ ମାନେ ଚାହିଁଲେ ଶବ୍ଦ ସମର୍ପଣ ପୁସ୍ତକ କିଣି ପାରିବେ। ପଢି ପାରିବେ । ବହିର ମୂଲ୍ୟ ମାତ୍ର 175 ଟଙ୍କା ରହିଛି । ବହି ମଗାଇବାକୁ ଚାହୁଁଥିଲେ ଆମ ୱେବସାଇଟ https://sabdamedia.com/odisha/

ରେ ଥିବା ଠିକଣାରେ ଯୋଗାଯୋଗ କରିପାରିବେ । ଆମ ଇମେଲ-contact@sabdamedia.com। ଆମ ହ୍ୱାଟସଅପ ନମ୍ବର୍ -6372793880।

You May Also Like

More From Author

3Comments

Add yours

+ Leave a Comment