Wed. Oct 14th, 2026

କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଚାଷୀମାନଙ୍କ ପାଇଁ ୩,୭୦,୧୨୮ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ୍‌କୁ ମଞ୍ଜୁର କରାଯାଇଛି। ଏହି ପ୍ୟାକେଜ୍ ଅଧୀନରେ ଏକାଧିକ ଯୋଜନାର ଲାଭ ରହିଛି। ଚାଷୀ କଲ୍ୟାଣ, ଜମି ଉତ୍ପାଦକତା ପୁନରୁଦ୍ଧାର ଓ ଖାଦ୍ୟ ସୁରକ୍ଷା ଆଦି ପାଇଁ ଏକାଧିକ ଯୋଜନାକୁ ଏଥିରେ ସାମିଲ ରହିଛି।ୟୁରିଆ ସବ୍‌ସିଡି ଯୋଜନା ଜାରି ରଖିବା ପାଇଁ ୩,୬୮,୬୭୬.୭ କୋଟି ଟଙ୍କା ପ୍ରଦାନ କରାଯିବ। ୨୦୨୨-୨୩ରୁ ୨୦୨୪-୨୫ ତିନି ଆର୍ଥିକ ବର୍ଷ ଲାଗି ଏହି ରାଶି ଜାରି କରାଯିବ। ୨୦୨୩-୨୪ ଖରିଫ ଋତୁ ପାଇଁ ୩୮ ହଜାର କୋଟି ଟଙ୍କାର ପୋଷକ ତତ୍ତ୍ବ ଆଧାରିତ ସବ୍‌ସିଡି ପ୍ରଦାନ କରାଯିବ। ଚାଷୀଙ୍କୁ ୪୫ କେଜିଆ ୟୁରିଆ ବସ୍ତା ୨୪୨ ଟଙ୍କାରେ ମିଳିବ। ୨୦୨୨-୨୩ ସୁଦ୍ଧା ଦେଶରେ ୟୁରିଆ ଉତ୍ପାଦନ ୨୮୪ ଏଲ୍‌ଏମ୍‌ଟିକୁ ବୃଦ୍ଧି ପାଇଛି। ବର୍ଜ୍ୟରୁ ସମ୍ପଦ ମଡେଲ୍‌ ପାଇଁ ୧୪୫୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେହିପରି, ମାଟିର ଉର୍ବରତା ବଢ଼ାଇବା ଓ ପରିବେଶକୁ ସୁରକ୍ଷିତ ଓ ସଫା ରଖିବା ପାଇଁ ଗୋବରଧନ ପ୍ଲାଣ୍ଟ୍‌ରୁ ବାହାରୁଥିବା ଅବଶେଷ ଓ ଜୈବିକ ଖତର ଉପଯୋଗ ଲାଗି ନିଷ୍ପତ୍ତି ହୋଇଛି। ମାଟିରେ ସଲ୍‌ଫର ଅଭାବକୁ ଦୂର କରିବା ଏବଂ ଚାଷୀଙ୍କ ଇନ୍‌ପୁଟ୍‌ ଖର୍ଚ୍ଚକୁ ହ୍ରାସ କରିବା ଲାଗି ସଲ୍‌ଫର ଲେପ୍‌ ଥିବା ୟୁରିଆ ଗୋଲ୍ଡ ଆରମ୍ଭ କରାଯାଇଛି। ବର୍ତ୍ତମାନ ନିମ୍ବ ଲେପ ସହ ଉପଲବ୍ଧ ହେଉଥିବା ୟୁରିଆଠାରୁ ଏହା ଶସ୍ତା ଓ ଭଲ।

Leave a Reply

Your email address will not be published. Required fields are marked *