ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇପାରେ ଲଘୁଚାପ: ରାଜ୍ୟରେ ବର୍ଷା ଆଶଙ୍କା

ଶବ୍ଦ ଓଡିଶା ବ୍ୟୁରୋ: ୪ରେ ପୁଣି ଲଘୁଚାପ ଆଶଙ୍କା । ତିନି ଦିନ ପରେ ବଢିବ ବର୍ଷାର ପରିମାଣ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ୩ ତାରିଖରୁ ବର୍ଷାର ପରିମାଣ ବଢିବ । ଆଇଏମଡିର ସୂଚନା ଅନୁସାରେ ଏହି ସମୟରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ବର୍ଷା ଅଧିକ ହେବାର ସମ୍ଭାବନା ରହିଛି । ଲଘୁଚାପ ଫଳରେ ଦୁଇ ତିନି ଦିନ ବର୍ଷା ହେବାର ସମ୍ଭାବନା ରହିଛି ।
୨ ତାରିଖରୁ ପୁଣି ବର୍ଷା ଆରମ୍ଭ ହୋଇଯିବ। କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

rain flows down from a roof down

You May Also Like

More From Author

+ There are no comments

Add yours