ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦ ଛାଡ଼ିଲେ ସୁବ୍ରତ ବାଗଚୀ

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗଚୀ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ଦକ୍ଷତା ବିକାଶ ପ୍ରାଧିକରଣର ନୂଆ ଅଧ୍ୟକ୍ଷ ଭାବେ ଅଳକା ଅରୋରା ମିଶ୍ର ନିଯୁକ୍ତି ପାଇଛନ୍ତି । ବାଗଚୀ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।

ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ବାଗଚୀ ପଦ ଛାଡ଼ିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କୁ ପ୍ରଶଂସା କରିଛନ୍ତି । ବାଗଚୀ ନିଜର ୭୫୦ ବେଡ୍ ବିଶିଷ୍ଟ କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରରେ ଫୁଲଟାଇମ୍ ଦେବା ନିମନ୍ତେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

You May Also Like

More From Author

+ There are no comments

Add yours