ମହାପ୍ରଭଙ୍କୁ ଅଧରପଣା ନୀତି: ରଥାରୁଢ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ହେବ ପଣା

ଶବ୍ଦ ଓଡିଶା ବ୍ୟୁରୋ: ରଥରେ ହେବ ମହାପ୍ରଭୁଙ୍କ ଅଧରପଣା ନୀତି । ୩ ଠାକୁରଙ୍କୁ ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହେବ । ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କୁ ତୁପ୍ତ କରିବା ପାଇଁ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଥ ଉପରେ ଅଧରପଣା ପୂଜା ନୀତି ସମ୍ପନ୍ନ ହେବ । ଚତୁର୍ଦ୍ଧାମୂର୍ତିଙ୍କ ଠାରେ ଏହି ପଣା ଲାଗି ହେବା ପରେ ରଥ ଉପରେ ହାଣ୍ଡିକୁ ଭଙ୍ଗାଯିବ ।
ଏଥିପାଇଁ ସ୍ୱତନ୍ତ୍ର ଅଧରହାଣ୍ଡି ପ୍ରସ୍ତୁତ ହୋଇଛି । ସିଂହଦ୍ବାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ମୁହଁରେ ତୁଣ୍ଡି ବାନ୍ଧି ପାଣି ଆଣିବେ । ପାଣି ଛଣା ହୋଇ ପିତ୍ତଳ ହଣ୍ଡାରେ ରଖାଯିବା ପରେ ସୁପକାର ବା ସୁଆରମାନେ ପଣା ପ୍ରସ୍ତୁତ କରିବେ । ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ଏବଂ ପୂଜାପଣ୍ଡା ସେବକ ପଣା ହାଣ୍ଡିକୁ ତିନି ରଥର ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଏହା ଭଙ୍ଗାଯିବ।

You May Also Like

More From Author

+ There are no comments

Add yours