Thu. Oct 15th, 2026

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଯାଦବ ଝରିଆ ସମାଜର ସଭାପତି ନିମାଇଁ ଚରଣ ପାଣ୍ଡେଙ୍କ ତତ୍ୱାବଧାନରେ ଆଜି ଅନକାବେଡା ହାଟପଡା ଠାରେ ଝରିଆ ସମାଜର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଯୋଗଦାନ ଦେଇଥିଲେ ଏବଂ ସମ୍ମାନୀତ ଅତିଥି ଭାବରେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି, ରାଜ୍ୟ ଉଠାଜଲସେଚନ ନିଗମ ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ, ନୂଆପଡା ଜିଲ୍ଲା ସିନାପାଲି ଝରିଆ ସମାଜ ସଭାପତି ପୁନିତ ରାମ ଦିଣ୍ଡା, ଉଦିତ ନାରାୟଣ ଖରସେଲ, ସମାଜ ସେବୀ ଜଗନ୍ନାଥ ସିନ୍ନା, ପୁରୁନ ସିଂ ସିନ୍ନା, ମସ୍ତୁରାମ ବଗର୍ତ୍ତୀ ଶିକ୍ଷାବିତ ନଳିନୀ କୁମାର ଦାସ, ଅନକାବେଡା ସରପଞ୍ଚ ଚନ୍ଦ୍ରିକା ମରେଇ, ସମିତି ସଭ୍ୟା ଗୌରୀ ନାଗ, ମଞ୍ଜୁଳତା ନାୟକ ପ୍ରମୁଖ ମଞ୍ଛାସିନ ରହିଥିଲେ l

କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଝରିଆ ସମାଜର ସମସ୍ତ ସଦସ୍ୟ ବାଦ୍ୟବାଜଣା ଏବଂ ମହିଲାଙ୍କ ଶୁଭ ହୁଳହୁଳି ଦେଇ ମୁଖ୍ୟ ଅତିଥି ଏବଂ ଅନ୍ୟ ଅତିଥିମାନଙ୍କୁ ପାଛୋଟି ଆଣିବା ସହ ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି ମଞ୍ଚକୁ ପାଛୋଟି ନେଇଥିଲେ l ଝରିଆ ସମାଜର ଇଷ୍ଟ ଦେବ ରାଧା କୃଷ୍ଣଙ୍କୁ ପୂଜା କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ଏହା ପରେ ଝରିଆ ସମାଜର ସଭାପତି ନିମାଇଁ ଚରଣ ପାଣ୍ଡେଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ଝରିଆ ସମାଜରେ ନାରୀ ଶିକ୍ଷାକୁ ଗୁରୁତ୍ୱ ଦେବା ସହ ସମାଜ ରେ ୧୮ ବର୍ଷରୁ କମ ଝିଅର ବିବାହ ନିଷେଧ ସାଙ୍ଗକୁ ନିଶାସେବନ, ଯୌତୁକ ଦାବୀକୁ ବନ୍ଦ କରିବା ପାଇଁ ଗୁରୁତ୍ୱରୋପ କରାଯାଇଥିଲା l ଚନ୍ଦାହାଣ୍ଡି ବ୍ଲକରେ ଝରିଆ ସମାଜ ୮୦ ଦଶକରେ ରାଜନୀତି, ଶିକ୍ଷା ଏବଂ ସଂସ୍କୃତିରେ ସୁଦକ୍ଷ ରହିଥିବାରୁ ଏହା କିପରି ଆଗକୁ ବଜାୟ ରହିବ ସେବାବଦରେ ଗୁରୁତ୍ୱ ଦେବାକୁ ବୈଠକ ରେ ମତ ପ୍ରକାଶ ପାଇଥିଲା l ଝରିଆ ସମାଜର ଏକତାକୁ ନେଇ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି ପ୍ରଶଂସା କରିଥିବା ସହ ବିଧାୟକ ଫାଣ୍ଟି ରୁ ୫ଲକ୍ଷ ରାଧାକୃଷ୍ଣ ମନ୍ଦିର ନିର୍ମାଣ ପାଇଁ ଘୋଷଣା କରିଥିଲେ l ମନ୍ଧିର ନିର୍ମାଣ ପାଇଁ ସମାଜର ସଭାପତି ନିମାଇଁ ଚରଣ ପାଣ୍ଡେ ଭୂମିଦାନ କରିଥିଲେ l ଏହା ସହ ସାଂସଦ ରମେଶ ଚନ୍ଦ୍ର ମାଝି ସମାଜ ର କମ୍ୟୁନିଟି ଗୃହ ନିର୍ମାଣ ପାଇଁ ସାଂସଦ ପାଣ୍ଠି ରୁ 5 ଲକ୍ଷ ଘୋଷଣା କରିବା ସହ ମନ୍ଧିର ନିର୍ମାଣ ପାଇଁ ଭୂମିପୂଜନ କରିଥିଲେ l ଝରିଆ ସମାଜ ତରଫରୁ ବିଧାୟକ ଏବଂ ସାଂସଦକୁ ଧନ୍ୟବାଦ ଦେଇଥିଲେ l କାର୍ଯ୍ୟକ୍ରମକୁ ମଧୁସୂଦନ ପାଣ୍ଡେ ପରିଚାଳନା କରିଥିବା ବେଲେ ଗୁନସାଗର ପାଣ୍ଡେ ସହଯୋଗ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବଦନ ରାମ ପାଣ୍ଡେ, ସୁବାଶ ପାଣ୍ଡେ, ବୋଲୋ ନାଗ, କୁନୁ ଖରସେଲ, ଅଭି ପାଣ୍ଡେ, ଦିଗଚନ ନାଗ, ପ୍ରେମ ପାଣ୍ଡେ, ସୁଶୀଳା ପାଣ୍ଡେ, କୌଶଲ୍ୟା ପାଣ୍ଡେ, ବିଳାସ ପାଣ୍ଡେ, ନିତୁ ପାଣ୍ଡେ, ରମୁଲା ନାଗ, ବାସ ମତୀ ନାଗ, ନିଁଳେନ୍ଦ୍ରି ପାଣ୍ଡେ, ରତି ରାମ ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *