Thu. Oct 15th, 2026

କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ତରଫରୁ  ଚାଲିଥିଲା ସଂଯୁକ୍ତ ମୋର୍ଚ୍ଚା ସମାବେଶ। ସଭା ମଧ୍ୟରେ କିଛି ସମୟ ମୋବାଇଲ ଲାଇଟ ଦ୍ବାରା ଭାଷଣ ଦେଲେ ମୁଖ୍ୟ ଅତିଥି। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ସ୍ଥାନୀୟ ଟାଉନ ହଲଠାରେ। କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀର ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ମୋର୍ଚ୍ଚା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସୁମନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ ଛତିଶଗଡ ରାଜ୍ୟର ବିରୋଧି ଦଳ ନେତା ଧରମପାଲ କୌଶିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ମୁଖ୍ୟ ଅତିଥି ଭାଷଣ ଦେଉଥିବା ବେଳେ ବିଜୁଳି କଟି ଯାଇଥିଲା। ଯାହାଦ୍ବାରା ସଭାଗୃହଟି ଅନ୍ଧାର ହୋଇଯାଇଥିଲା। ଅନ୍ଧାର ହୋଇଯାଇଥିଲେ ସୁଦ୍ଧା ବିଜେପି ନେତା ମାନଙ୍କ  ମୋବାଇଲ ଲାଇଟ ଦ୍ବାରା ମୁଖ୍ୟ ଅତିଥି କିଛି ସମୟ ଭାଷଣ ଦେଉଥିବା ଲକ୍ଷ୍ୟ କରଯାଇଥିଲା । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷର ଶାସନ କାଳରେ ହୋଇଯାଇଥିବା ବିଭିନ୍ନ ଜନହିତକର କାର୍ଯ୍ୟ ସଂପର୍କରେ ଲୋକମାନଙ୍କୁ ଅବଗତ କରାଇବାକୁ ସେ ଉପସ୍ଥିତ ନେତା ଓ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଆଦିବାସୀ ମୋର୍ଚ୍ଚା ସାଧାରଣ ସଂପାଦକ କଳୀରାମ ମାଝୀ, ରାଜ୍ୟ କୃଷକ ମୋର୍ଚ୍ଚା ସଂପାଦକ ବିପଦ ଭଞ୍ଜନ ଦାସ, ରାଜ୍ୟ ଏସସି ମୋର୍ଚ୍ଚା ସଂପାଦକ ଜି ସଞ୍ଜୀବ କୁମାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌତମ ସାମନ୍ତରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପୂର୍ଣ୍ଣିମା ନାୟକ, ରାଜ୍ୟ ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଉମେଶ ଖୋସଲା, ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ଭାଗିରଥି ପାଟନିଆ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଟଙ୍କଧର ବିଷୋୟୀ, ଜିଲ୍ଲା ଅଳ୍ପସଂଖ୍ୟକ ମୋର୍ଚ୍ଚା ସଭାପତି ମଙ୍ଗଳ ମଣି ତୁରୁକ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ସବିତା ପ୍ରଧାନ ଓ ଲୋକସଭା ବିସ୍ତାରକ ଅଭିମନ୍ୟୁ ସାହୁ ପ୍ରମୁଖ ଉପସ୍ଥିତ ରହି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷ ଶାସନ କାଳରେ ବିଭିନ୍ନ ମୋର୍ଚ୍ଚା ନିମନ୍ତେ କରାଯାଇଥିବା କାର୍ଯ୍ୟ ସଂପର୍କରେ ନେତାମାନେ ଆଲୋକପାତ କରିଥିଲେ। ଜିଲ୍ଲା ବିଜେପି ସାଧାରଣ ସଂପାଦକ ଦେବେନ୍ଦ୍ର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୋରାପୁଟ ନଗର ସଭାପତି ସିଦ୍ଧାର୍ଥ ଶଙ୍କର ମୁଦୁଲି ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

ଏଠାରେ ପ୍ରଶ୍ନ ଉଠୁଛି ଯେ ଆୟୋଜକମାନେ ବିକଳ୍ପ ବ୍ୟବସ୍ଥା କାହିଁକି କରି ନ ଥିଲେ ? ଯଦି କରିଥାନ୍ତେ ତେବେ ମୁଖ୍ୟ ଅତିଥି ମୋବାଇଲ ଲାଇଟ ଦ୍ବାରା ଭାଷଣ ଦେବାକୁ ପଡ଼ି ନ ଥାନ୍ତା ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇ ପଡିଛି। କୋରାପୁଟରେ ମୁଖ୍ୟ ଅତିଥି ପହଞ୍ଚିବା ପରେ ଜିଲ୍ଲା ସଭାପତି ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।ଏହାପରେ ଜିଲ୍ଲା ସଭାପତିଙ୍କ ଠାରୁ ଆରମ୍ଭ କରି ବିଜେପି ନେତାମାନେ ମୁଖ୍ୟ ଅତିଥିଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *