Wed. Oct 14th, 2026

ପ୍ରଥମେ ଫିଲ୍ମର VFX ପରେ ଡାଏଲଗକୁ ନେଇ ହୋଇଥିଲା ହଙ୍ଗାମା । ଯାହାପରେ ପରିବର୍ତ୍ତ କରାଯାଇଥିଲା ୫ଟି ଡାଏଗଲ । ଫିଲ୍ମଟି ଯେତିକି ହାଇପ୍ରୋଫାଇଲ୍ ଥିଲା। ସେତିକି ପ୍ରଶଂସକଙ୍କୁ ନିରାଶ କରିଛି।ରିଲିଜ ହେବା ପରଠାରୁ ବିବାଦରେ ରହିଛି ଆଦିପୁରୁଷ।ବର୍ତ୍ତମାନ ପର୍ଯ୍ୟନ୍ତ ବକ୍ସ ଅଫିସରେ ୩୪୮.୯୦ କୋଟି ଟଙ୍କା କଲେକସନ୍‌ କରିଛି। ଏହି ଚଳଚ୍ଚିତ୍ରଟି ହଲିଉଡରୁ କପି ହୋଇଥିବା ନେଇ କୁହାଯାଉଛି। ଆଦିପୁରୁଷରେ ପ୍ରଭାସଙ୍କ ସିନ୍, ଯେଉଁଥିରେ ସେ ପାଣି ତଳେ ଯୋଗର ପୋଜରେ ବସିଥିବାର ନଜର ଆସିଛନ୍ତି। ଠିକ୍ ସେହି ସମାନ ଦୃଶ୍ୟ ୨୦୨୦ ଚଳଚ୍ଚିତ୍ର ଏକ୍ସଟ୍ରାକସନ୍‌ରେ କ୍ରିସ୍ ହେମସୱର୍ଥଙ୍କ ଉପରେ ମଧ୍ୟ ସୁଟିଂ କରାଯାଇଥିଲା ।ଆଦିପୁରୁଷର ବାନର ସେନାଙ୍କୁ ପ୍ଲାନେଟ୍‌ ଅଫ୍‌ ସ୍ପେସ୍‌ରୁ କପି କରାଯାଇଛି । ଏହା ସହ ରାବଣର ମନଷ୍ଟର ସେନା ବି ବି ହ୍ୟାରି ପୋଟରରୁ କପି କରାଯାଇଛି।ଚଳଚ୍ଚିତ୍ରରେ ଲଙ୍କେଶ ହୋଇଥିବା ସୈଫ ଅଲ୍ଲୀ ଖାନଙ୍କୁ ପୁଷ୍ପକ ବିମାନ ବଦଳରେ ବାଦୁଡି ଉପରେ ଯାଉଥିବାର ନଜର ଆସିଥିଲେ। ଯାହା ଗେମ୍‌ ଅଫ୍‌ ଥ୍ରୋନ୍ସରୁ ନିଆଯାଇଯାଇଛି।ରାବଣଙ୍କ ପୁଅ ଇନ୍ଦ୍ରଜିତ ଯେଉଁଭଳି ଭାବରେ ଦୌଡ଼ୁଛନ୍ତି ସେ ମାର୍ଭେଲ ୟୁନିଭର୍ସ ଦ୍ଵାରା ମଧ୍ୟ କପି କରାଯାଇଥିବା ନେଇ ଜଣାପଡୁଛି।ଏହା ବ୍ୟତୀତ ଫିଲ୍ମରେ ଦେଖାଯାଇଥିବା ସୁବର୍ଣ୍ଣ ଲଙ୍କାକୁ କଳା ରଙ୍ଗର ଲଙ୍କା ଭାବେ ଦେଖାଯାଇଛି । ଯାହାକୁ ଥୋର ରାଗନାରୋକର ସିନ୍‌କୁ କପି କରାଯାଇଛି । ଫିଲ୍ମର ପୋଷ୍ଟର ମଧ୍ୟ ହଲିଉଡ୍‌ ଫିଲ୍ମ ଷ୍ଟୁଡିଓରୁ ନିଆଯାଇଛି ଓ ଗେମ୍‌ ଅଫ୍‌ ଥ୍ରୋନ୍ସରୁ କପି କରାଯାଇଛି ରାବଣଙ୍କ ଲୁକ୍‌।।

Leave a Reply

Your email address will not be published. Required fields are marked *