Wed. Oct 14th, 2026

ଦିନକୁ ଦିନ ଗଞ୍ଜାମ ସହରରେ କାୟା ବିସ୍ତାର କରିଚାଲିଛି ନକଲି ଔଷଧ। ସ୍ବାସ୍ଥ୍ୟ ବିଭାଗ ଗାଇଡ୍‌ଲାଇନକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି ସହରର କିଛି ଔଷଧ ଦୋକାନୀ। ଜଣେ ଫାର୍ମାସିଷ୍ଟଙ୍କ ଉପସ୍ଥିତିରେ ମେଡିସିନ ଷ୍ଟୋର ଖୋଲା ଔଷଧ ବିକ୍ରି କରିବା ପାଇଁ ନିୟମ ଥିଲେ ମଧ୍ୟ ତାହା ଏଠାରେ ବ୍ୟତିକ୍ରମ ହେଉଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି।ଏହି ନକଲି ଔଷଧର ଚେର ଭୁବନେଶ୍ୱରରୁ ଗଞ୍ଜାମ ପର୍ଯ୍ୟନ୍ତ ଲମ୍ବିଥିବା ଚର୍ଚ୍ଚା ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜଣେ ବ୍ୟକ୍ତିଙ୍କୁ ଥଣ୍ଡା କିମ୍ବା କାଶ ହେଲେ କିଛି ମେଡିସିନ ଦୋକାନୀ ୩୦୦ରୁ ୪୦୦ ଟଙ୍କାର ମେଡିସିନ ଦେଉଥିବା ଜଣେ ବ୍ୟକ୍ତି ନିଜ ନାମ ଗୋପନ ରଖି ଗଣମାଧ୍ୟମକୁ କହିଛନ୍ତି। ଔଷଧ ଦୋକାନୀ ଓ ଡ୍ରଗ୍ସ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ମେଡିସିନର ମାନ ଯାଞ୍ଚ ନ ହେବାରୁ କିଛି ଔଷଧ ଦୋକାନରେ ନକଲି ଔଷଧ ରଖି ବ୍ୟବସାୟ କରି ଦୋକାନୀ ମାଲାମାଲ ହେଉଥିବା ବେଳେ ଏଠି ରୋଗୀ ହନ୍ତସନ୍ତ ହେବାର ଦେଖିବାକୁ ମିଳୁଛି। ସେଥିମଧ୍ୟରୁ ପ୍ରାୟ ଯେନରିକ ଔଷଧ ଦେଉଛନ୍ତି ଯାହା ସେହି ସମୟରେ ରୋଗୀ ଆଶ୍ବସ୍ତି ଅନୁଭବ କରିବ କିନ୍ତୁ ତାହା ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଉଥିବାର ମଧ୍ୟ ଅଭିଯୋଗ ହେଉଛି। ଡ୍ରଗ୍ସ ଅଧିକାରୀ ଏହା ଉପରେ ଦୃଷ୍ଟି ଦେଇ ଯାଞ୍ଚ କରିବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *