Wed. Oct 14th, 2026

ବନ୍ଦ ହୋଇଯିବ କି ଦି କପିଲ ଶର୍ମା ଶୋ? ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି କମେଡି ଶୋ’ ଖୁବ୍‌ଶୀଘ୍ର ବନ୍ଦ ହେବାକୁ ଯାଉଥିବା କୁହାଯାଉଛି। ଚଳିତ ବର୍ଷ ଏହି ଶୋ’ର ନୂତନ ସିଜନ୍‌ ଆସିଥିବାବେଳେ ଏହାର ଟିଆରପି ମଧ୍ୟ ଆଗରେ ରହିଛି। ତେବେ ଏନେଇ ଶୋ’ ପରିଚାଳନା କରୁଥିବା କପିଲ ଶର୍ମା ସୁଟିଂ ସେଟ୍‌ର ଶେଷ ଫଟୋ ମଧ୍ୟ ସେୟାର କରିସାରିଛନ୍ତି।ଏଥିରେ କପିଲଙ୍କ ସହ ଅର୍ଚ୍ଚନା ପୁରନ୍‌ ସିଂହଙ୍କର ଏକ ଦମଦାର ଫଟୋ ରହିଛି। ଜୁଲାଇରେ ଏହି ଶୋ’ ବନ୍ଦ ହେବାକୁ ଥିବାବେଳେ ଏହି ଟିମ୍‌ ଶେଷ ସୁଟିଂ ମଧ୍ୟ କରିସାରିଛନ୍ତି। ଏହା ପରେ କପିଲ ଶର୍ମା ଏବଂ ତାଙ୍କ ଟିମ୍‌ ଆମେରିକା ବାହାରିବେ। ଅବଶ୍ୟ ଏଥିରୁ ବାଦ୍‌ ପଡ଼ିବେ ଅର୍ଚ୍ଚନା। ତେଣୁ କପିଲ ଓ ଅର୍ଚ୍ଚନା ଉଭୟଙ୍କ ଫଟୋ ସେୟାର କରାଯାଇଥିଲାବେଳେ ଅର୍ଚ୍ଚନାଙ୍କୁ ରାଣୀ ବୋଲି ସମ୍ବୋଧନ କରିଥିଲେ କପିଲ।

Leave a Reply

Your email address will not be published. Required fields are marked *